କନକ ବ୍ୟୁରୋ : ଜିମ୍ବାୱେର ହରାରେଠାରେ ଖେଳାଯାଉଥିବା ଚଳିତ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ରେ ଭାରତକୁ ଆଫଗାନିସ୍ତାନ ୩୦୫ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଛି । ଭାରତ ଯଦି ଏହାକୁ ହାସଲ କରି ନିଏ, ତାହେଲେ ବିଶ୍ୱକପ୍ର କୌଣସି ନକ୍ଆଉଟ୍ ମ୍ୟାଚ୍ର ପଶ୍ଚାତଧାବନରେ ଜୁନିଅର୍ ଟିମ୍ ଇଣ୍ଡିଆର ଏହା ସର୍ବବୃହତ୍ ବିଜୟ ହେବ ।
୧୯ବର୍ଷରୁ କମ୍ ବିଶ୍ୱକପ୍ର ନଟ୍ଆଉଟ୍ ପର୍ଯ୍ୟାୟରେ ଭାରତର ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ରହିଛି ୨୪୫ ରନ୍ । ଯାହା ଦଳ ୨୦୨୪ ବିଶ୍ବକପ୍ର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା । ବୁଧବାର ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାଗ ଓ ପରିବେଶକୁ ଦେଖି ପ୍ରଥମ ପାୱାର ପ୍ଲେ’ର ୧୦ ଓଭର ଖେଳରେ ମନ୍ଥର ବ୍ୟାଟିଂ କରି ବିନା କ୍ଷତିରେ ୪୨ ରନ୍ କରିଥିଲା ।
ପ୍ରଥମ ୱିକେଟ୍ ଅବଶ୍ୟ କେବଳ ୫୩ ରନ୍ରେ ହରାଇଥିଲା । ଏହା ପରେ କିନ୍ତୁ ଭାରତୀୟ ବୋଲରଙ୍କ ଉପରେ ପୂରା ପ୍ରଭାବବିସ୍ତାର କରି ଖେଳିଥିଲେ ଏହି ଦେଶର ବ୍ୟାଟର୍ମାନେ । ଭାରତୀୟ ବୋଲର୍ଙ୍କ ଦିଗହରା ବୋଲିଂ ସହ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଦୁଇଟି ବଡ଼ ଭାଗୀଦାର ବଳରେ ୩୦୦ରୁ ଅଧିକ ରନ୍ କରି ନେଇଥିଲା ଆଫଗାନିସ୍ତାନ । ଦୁଇ ଓପନର୍ ଉସମାନ ସଦାତ ଓ ଖାଲିଦ ଅହମଦଜାଇ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରି ନପାରିବାର ବିଫଳତା ପରବର୍ତ୍ତୀ ଦୁଇ ବ୍ୟାଟର୍ ଫୈଜଲ ସିନୋଜାଦା ଓ ଉଜୈରୁଲା ନୀଲାଜାଇଙ୍କ ଉପରେ ଯେମିତି ଆଦୌ ପଡ଼ି ନଥିଲା ।
ଅଧିକ ପଢ଼ନ୍ତୁ : ୨୦୨୭ ବିଶ୍ୱକପ୍ ଦଳରେ ରୋହିତ୍, ବିରାଟଙ୍କୁ ସାମିଲ କରିବା ସପକ୍ଷରେ ଧୋନୀ
ଉଭୟ ଶତକୀୟ ପାଳି ଖେଳି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ । ସେହିଭଳି ତ୍ରୁଟିହୀନ ବ୍ୟାଟିଂ କରି ତୃତୀୟ ୱିକେଟ୍ରେ ମହତ୍ତ୍ୱପୂର୍ଣ୍ଣ ୧୪୮ ରନ୍ ଯୋଡ଼ିଥିଲେ । ପ୍ରଥମେ ଧିମା ଖେଳୁଥିବା ସିନୋଜାଦା ପରେ ଦ୍ରୁତ ଖେଳି ମାତ୍ର ୮୬ ବଲ୍ରୁ ଶତକ ପୂରଣ କରି ନେଇଥିଲେ । ଦୀପେଶ ଦେବେନ୍ଦ୍ରନ୍ ୪୬ତମ ଓଭରରେ ତାଙ୍କୁ ବୋଲ୍ଡ କରି ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ । ସେତେବେଳେକୁ କିନ୍ତୁ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା ।
ଅନ୍ୟପକ୍ଷରେ ନୀଲାଜାଇ ଶେଷ ଓଭରର ଦ୍ୱିତୀୟ ବଲ୍ରେ ଶତକ ଅର୍ଜନ କରି ଅପରାଜିତ ଭାବେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟପକ୍ଷରେ ଭାରତର ଅଧିକାଂଶ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ୬ଜଣଙ୍କ ଭିତରୁ କେବଳ ଦୀପେଶ ଦେବେନ୍ଦ୍ରନ୍ ଓ କନିଷ୍କ ଚୌହ୍ୱାନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/u19-world-cup-2026-2026-02-04-17-52-28.jpg)