କନକ ବ୍ୟୁରୋ: ଏଥର ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା । ବୁଧବାର ଆନୁଷ୍ଠାନିକ ଭାବେ ୨୦୩୦ର କମନ୍‍ୱେଲଥ୍ ଗେମ୍ସର ଆୟୋଜକ ଭାବେ ଅନୁମୋଦିତ ହୋଇଛି । ଅହମ୍ମଦାବାଦରେ ଖେଳାଯିବ ଏହି କ୍ରୀଡା ମହାକୁମ୍ଭ । ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଗୌରବର ମୁହୂର୍ତ୍ତ । ଗ୍ଲାସ୍‌ଗୋରେ ଅନୁଷ୍ଠିତ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । ଆୟୋଜନ ଗୁଜରାଟର ଅହମ୍ମଦାବାଦ ସହରରେ କରାଯିବ । ଏହା ହେଉଛି କମନୱେଲଥ୍ ଗେମ୍ସର ଶତାବ୍ଦୀ ସଂସ୍କରଣ । ଶେଷ ଥର ପାଇଁ ୨୦୧୦ରେ ଦିଲ୍ଲୀରେ ଆୟୋଜନ କରାଯାଇଥିଲା । ଏହି ସଫଳତା ସହିତ ଭାରତ ପୁଣି ଥରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଦବଦବା ସାବ୍ୟସ୍ତ କରିଛି । ୨୦୩୦ରେ ଗେମ୍ସ ଆୟୋଜନ କରିବା ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଲକ୍ଷ୍ୟକୁ ମଧ୍ୟ ଆହୁରି ମଜଭୁତ କରିଛି ।

Advertisment

ଅଧିକ ପଢନ୍ତୁ :ଭାରତର ଶୋଚନୀୟ ପରାଜାୟ, ଚିନ୍ତାରେ ଗୌତମ ଗମ୍ଭୀର, ବିସିସିଆଇ ଉପରେ ଛାଡ଼ିଲେ ନିଷ୍ପତ୍ତି

ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା
ଦୁଇ ଦଶନ୍ଧି ପରେ ଭାରତରେ ହେବ ରାଜ୍ୟ ଗୋଷ୍ଠୀ-କ୍ରୀଡ଼ା ପ୍ରତିଯୋଗିତା
୨୦୩୦ କମନ୍‍ୱେଲଥ୍ ଗେମ୍ସର ଆୟୋଜନ କରିବ ଭାରତ
ଗ୍ଲାସ୍‌ଗୋରେ ଅନୁଷ୍ଠିତ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ନିଷ୍ପତ୍ତି
୭୪ଟି କମନୱେଲଥ ଦେଶର ପ୍ରତିନିଧିମାନେ ଭାରତର ବିଡ୍‍କୁ ଅନୁମୋଦନ କରିଛନ୍ତି
ଗୁଜରାଟର ଆହମଦାବାଦ ୨୦୩୦ ଗେମ୍ସ ପାଇଁ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲା
ଏହାଦ୍ବରା ୨୦୩୬ ଭାରତର ଅଲିମ୍ପିକ୍ସ ଆୟୋଜନ ଲକ୍ଷ୍ୟ ଆହୁରି ମଜଭୁତ ହୋଇଛି
ଭାରତ ଆୟୋଜକ ଘୋଷଣା ହେବା ପରେ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ନାଚଗୀତ
ହଲ୍‌ରେ ୨୦ ଗରବା ନୃତ୍ୟଶିଳ୍ପୀ ଏବଂ ୩୦ ଢୋଲ ବାଦକ ପ୍ରବେଶ କରି ପ୍ରତିନିଧିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ
ଗୁଜରାଟର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଝଲକ ଦେଖାଇଥିଲେ ଭାରତୀୟ ନୃତ୍ୟଶୀଳ୍ପୀ