କନକ ବ୍ୟୁରୋ : ଗୌହାଟୀର ଦ୍ୱିତୀୟ ଟେଷ୍ଟରେ ଭାରତକୁ ୪୦୮ ରନର ଶୋଚନୀୟ ଭାବେ ପରାଜୟ ଦେଲା ଦକ୍ଷିଣ ଆଫ୍ରିକା । ଭାରତର ସବୁଠୁ ବଡ଼ ଟେଷ୍ଟ ପରାଜୟ ମଧ୍ୟରୁ ଗୋଟିଏ ଆଉ ଏହି ପରାଜୟର ଫରକ ଦେଖାଯାଇଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ । ପାକିସ୍ତାନ ଠାରୁ ତଳେ ରହିଛି ଟିମ୍ ଇଣ୍ଡିଆ ।
ଅଧିକ ପଢ଼ନ୍ତୁ -ବିହାରରେ ଫେରିଲା କି ପ୍ରତିଶୋଧ ରାଜନୀତି, ୨୦ ବର୍ଷର ସରକାରୀ ବଙ୍ଗଳା ଖାଲି ନୋଟିସକୁ ରାବ୍ରୀଙ୍କ ବିରୋଧ
ଲଜ୍ଜା ଲଜ୍ଜା ବଡ଼ ଲଜ୍ଜା ଯେତେବି ନିନ୍ଦା କଲେ କମ୍ ପଡିଯିବ । ଆପଣ ଯଦି କ୍ରିକେଟକୁ ବୁଝୁଥିବେ ତେବେ ଆଜିର ପରାଜୟ ଆପଣଙ୍କୁ ବ୍ୟଥିତ କରିଥିବ । ଟିମ୍ ଇଣ୍ଡିଆକୁ ଯେତେବି କହିଲେ ମନ ବୁଝିବନି । ଭାରତରେ ଟେଷ୍ଟରେ ଭାରତ ଖୋଜୁଛି ବିଜୟ । ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟରେ ପରାଜୟ ପରେ କୁହାଗଲା ଠିକ୍ ଅଛି ଏମିତି ବେଳେ ବେଳ ହୁଏ ହେଲେ ଆଜିର ପରାଜୟ ସିଧା ସିଧା କହିଦେଲା ଟେଷ୍ଟରେ ଦରକାର ଟେଷ୍ଟ ଫରମାର୍ଟ ଖେଳାଳି ..ଯିଏ ଛିଡା ହୋଇ ପାରୁଥିବ ଯାହା ପାଖରେ ଧୈର୍ଯ୍ୟ ଥିବ ଆଉ ପରିସ୍ଥିତି ଅନୁଯାୟୀ ଖେଳିପାରୁଥିବ । ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ଟେଷ୍ଟ ସିରିଜ୍ ବିଜୟର ସ୍ବାଦ ଚାଖିଛି ଆଉ କହିଦେଇଛି ଭାରତକୁ ଭାରତରେ ହରେଇବାର ଷ୍ଟାମ୍ପ ବାଜି ସାରିଲାଣି ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ , ଭାରତୀୟ ବ୍ୟାଟର ନିଜ ମାଟିରେ ସ୍ପିନ୍ ଖେଳିବାରେ ଅସମର୍ଥ ।
ଅଧିକ ପଢ଼ନ୍ତୁ - ତାମିଲନାଡ଼ୁ ନିର୍ବାଚନ ପୂର୍ବରୁ ଏଆଇଏଡିଏମକେକୁ ଝଟକା, ଦଳ ଛାଡ଼ିଲେ ୯ ଥରର ବିଧାୟକ
ଦୁଇ ଟେଷ୍ଟରେ ପ୍ରୋଟିଆଜ୍ ସ୍ପିନର ହାତେଇଥିଲେ ୨୫ ୱିକେଟ୍ । ବିଜୟ ପରେ ଅଧିନାୟକ ବାଭୁମା କହିଛନ୍ତି , ପ୍ରତିଦିନ ନୁହେଁ ଯେଉଁଠାରେ ଆପଣ ଭାବିପାରିବେ ଭାରତ ଆସି ୨-୦ ସିରିଜ୍ ଜିତିପାରିବେ। ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିବା ସିମନ୍ କହିଛନ୍ତି, ଏଠାରେ ୨-୦ ରେ ଜିତିବା ଲକ୍ଷ୍ୟ ଥିଲା। ଏବଂ ଆମ ପାଇଁ ଭଲ ଥିଲା ଭଲ ଭାରତୀୟ ଟିମ୍ ବିପକ୍ଷରେ ବିଜୟ ଲାଭ କରିବା । ଭାରତର ଶୋଚନୀୟ ପରାଜୟ ହେବା ପୂର୍ବରୁ କ୍ରିକେଟ ଜଗତରେ ନିଆଁ ଲଗେଇଛନ୍ତି କୋହଲିଙ୍କ ଭାଇ । ବିସିସିଆଇ ବିରୋଧରେ କୋହଲିଙ୍କ ଭାଇଙ୍କ ବଡ଼ ଅଭିଯୋଗ। ବିରାଟ୍-ରୋହିତଙ୍କୁ ଟେଷ୍ଟରୁ ହଟାଇ ଦିଆଗଲା'; 'ଅତ୍ୟଧିକ ବସଗିରି କଲେ ଏମିତି ହୁଏ' ବୋଲି ପୋଷ୍ଟ କରି ଡିଲିଟ୍ କରିଦେଲେ ବିରାଟଙ୍କ ଭାଇ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ଆଡ଼କୁ ଗତି କରୁଥିବାବେଳେ ବିକାଶ ବିସିସିଆଇକୁ ସମାଲୋଚନା କରି ପୋଷ୍ଟ କରିଥିଲେ । ପୋଷ୍ଟ କରି ଅଭିଯୋଗ କରିଥିଲେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ୍ କ୍ରିକେଟରୁ ହଟାଇ ଦିଆଯାଇଛି । ଯେଉଁ ଭାରତୀୟ ବ୍ୟାଟରଙ୍କ ଉପରେ ଗର୍ବ କରାଯାଉଥିଲା ଯେ ସ୍ପିନ୍ ଖେଳିବାରେ ଆମ ଖେଳାଳି ନମ୍ବର ୱାନ ଆଜି ଏ ପ୍ରଦର୍ଶନ ଦେଖି କହିପାରିବା ସ୍ପିନ୍ରେ ଖେଳିବାରେ ଅସମର୍ଥ ଆମ ବ୍ୟାଟର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/cricket-2025-11-26-20-44-54.jpg)