କନକ ବ୍ୟୁରୋ : ମହାକାଶ ଅଭିଯାନ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଉନ୍ମୋଚିତ ହୋଇଛି ପ୍ରଥମ ଘରୋଇ ସ୍ପେଶ୍ ରକେଟ୍ ବିକ୍ରମ-୧ । ଘରୋଇ ମହାକାଶ ସଂସ୍ଥା ସ୍କାଏରୁଟର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ ସହ ବିକ୍ରମ-୧କୁ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କଣ ଏହି ବିକ୍ରମ-୧ ରକେଟ୍ ଏବଂ ଏହା କାହିଁକି ସମୟର ଆହ୍ବାନ

Advertisment

ଅଧିକ ପଢ଼ନ୍ତୁ- ତୃତୀୟ ମିଳିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ-ଫ୍ରାନ୍ସ ।

ଆଉ କେବଳ ଇସ୍ରୋ ନୁହେଁ, ମହାକାଶକୁ ସାଟେଲାଇଟ୍ ପଠାଇବ ଭାରତର ଘରୋଇ ସଂସ୍ଥା । ଭାରତର ଦେଶୀ ସ୍ପେଶ୍-ଏକ୍ସ କୁହାଯାଉଥିବା ସ୍କାଏରୁଟ୍‌ ଏରୋସ୍ପେଶର ହାଇଦ୍ରାବାଦ ସ୍ଥିତ ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଉନ୍ମୋଚନ କରିଛନ୍ତି ଦେଶର ପ୍ରଥମ ଘରୋଇ ସ୍ପେଶ୍ ରକେଟ୍ ବିକ୍ରମ୍-୧ । ଗୋଟିଏ ଉତକ୍ଷେପଣରେ ଏକାଧିକ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିପାରିବ ଏହି ଶକ୍ତିଶାଳୀ ରକେଟ୍‌ ।

ଅଧିକ ପଢ଼ନ୍ତୁ-ଜହ୍ନକୁ କବଜା କରିପାରେ ଚୀନ । ସାମରିକ ମହାକାଶ ଅଭିଯାନ ଜରିଆରେ ଅକ୍ତିଆର କରିବା ଅଶଙ୍କା

ଭାରତୀୟ ମହାକାଶ ଗବେଷଣାର ଜନକ କୁହାଯାଉଥିବା ବିକ୍ରମ ସାରାଭାଇଙ୍କ ନାଁ ଅନୁସାରେ ନାମିତ ହୋଇଛି ଏହି ଅର୍ବିଟାଲ୍-କ୍ଲାସ୍ ଲଞ୍ଚ୍ ଭେହିକିଲ୍ । ଏହା ଏକ ୪ ଷ୍ଟେଜ୍ ବିଶିଷ୍ଟ ରକେଟ୍। ୩୫୦ କେଜି ପର୍ଯ୍ୟନ୍ତ କ୍ଷୁଦ୍ର ସାଟେଲାଇଟକୁ କମ୍ ଖର୍ଚ୍ଚରେ ମହାକାଶକୁ ପଠାଇବା ପାଇଁ ଏହାକୁ ଡିଜାଇନ୍ କରିଛି ସ୍କାଏରୁଟ୍ ଏରୋସ୍ପେଶ୍ । ୨୦ ମିଟର ଲମ୍ୱା, ୧.୭ ମିଟର ବ୍ୟାସ । ଏହା ହାଲୁକା, କିନ୍ତୁ ଶକ୍ତିଶାଳୀ । ୨୪ ଘଣ୍ଟା ଭିତରେ ଏହାର ବିଭିନ୍ନ ଯନ୍ତ୍ରାଂଶକୁ ଯୋଡ଼ି ଉତକ୍ଷେପଣ ପାଇଁ ପ୍ରସ୍ତୁତ କରିହେବ । ଏହାର 'କଲାମ୍' ଇଞ୍ଜିନକୁ ଥ୍ରୀ-ଡି ପ୍ରିଣ୍ଟିଂ ଟେକନୋଲୋଜିରେ ତିଆରି କରାଯାଇଛି । ୨୦୨୬ ସୁଦ୍ଧା ଏହାର ପ୍ରଥମ ଉତକ୍ଷେପଣ ପାଇଁ ଲକ୍ଷ୍ୟ ରଖାଯାଇଛି ।