ତୃତୀୟ ମିଳିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ-ଫ୍ରାନ୍ସ ।

69

ତୃତୀୟ ମିଳିତ କୃତ୍ରିମ ଉପଗ୍ରହ ଅଭିଯାନ ନିମନ୍ତେ ଭାରତ ଓ ଫ୍ରାନ୍‌ସ୍‌ କାର୍ଯ୍ୟ କରୁଛନ୍ତି ବୋଲି ‘ଇସ୍ରୋ’ର ଅଧ୍ୟକ୍ଷ କେ ଶିବନ କହିଛନ୍ତି। ମହାକାଶ ଅଭିଯାନ କ୍ଷେତ୍ରରେ ନିକଟରେ ଭାରତ ସରକାର ଆଣିଥିବା ସଂସ୍କାର ଯୋଗୁଁ ଅନେକ ଫରାସୀ କମ୍ପାନି ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଡକ୍ଟର୍‌ ଶିବନ କହିଛନ୍ତି । ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ର ସୁବର୍ଣ୍ଣ ଜୟନ୍ତୀରେ ‘ଅନ୍‌ଲକିଙ୍ଗ୍‌ ଇଣ୍ଡିଆଜ୍‌ ସ୍ପେସ୍‌ ପୋଟେନ୍‌ସିଆଲ୍‌-ଜିଓସ୍ପାଟିଆଲ୍‌ ଡାଟା ଆଣ୍ଡ୍‌ ମ୍ୟାପିଙ୍ଗ୍‌’ ସମ୍ବନ୍ଧରେ ହୋଇଥିବା ଏକ ଭର୍ଚ୍ୟୁଆଲ୍‌ ଆଲୋଚନାରେ ଭାଗ ନେଇ ଶୁକ୍ରବାର ଦିନ ଡକ୍ଟର୍‌ ଶିବନ ଏ କଥା କହିଛନ୍ତି। ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି କମ୍ୟୁନିକେସନ୍‌’ ଏବଂ ‘ବିଜ୍ଞାନ ପ୍ରସାର’ ଏହି ଆଲୋଚନାର ଆୟୋଜନ କରିଥିଲେ।

ସୂଚନଯୋଗ୍ୟ, ଭାରତ ଓ ଫ୍ରାନ୍‌ସ୍‌ ମିଳିତ ଭାବେ ୨୦୧୧ରେ ‘ମେଘା-ଟ୍ରପିକ୍ୟୁଜ୍‌’ ଏବଂ ୨୦୧୩ରେ ‘ସରଲ୍‌-ଅଲଟିକା’ ନାମରେ ଦୁଇଟି ଅଭିଯାନ ସମ୍ପାଦନ କରିଥିଲେ। ଏବେ ତୃତୀୟ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଥିବା କଥା ଡକ୍ଟର୍‌ ଶିବନ କହିଛନ୍ତି।