cyclone Photograph: (Google)
କନକ ବ୍ୟୁରୋ; ଗତ ୩୦ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ୱର ଦଶଟି ଦେଶ ମଧ୍ୟରେ ଭାରତ ଅନ୍ୟତମ । ଥିଙ୍କ ଟ୍ୟାଙ୍କ ଜର୍ମାନୱାଚ୍ ର ରିପୋର୍ଟ ଅନୁଯାୟୀ,ଜଳବାୟୁ ବିପଦ ସୂଚକାଙ୍କ ଅନୁଯାୟୀ, ୧୯୯୫ ରୁ ୨୦୨୪ ମଧ୍ୟରେ ଭାରତରେ ପ୍ରାୟ ୪୩୦ ଥର ପ୍ରାକୃତିକ ବିପର୍ଯ୍ୟ ଘଟିଛି ଯେଉଁଥିରେ ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।
ବିଶ୍ବରେ ଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା ରୁପେ ମୁଣ୍ଡ ଟେକିଛି । କେଉଁଠି ନା କେଉଁଠି ବାତ୍ୟା, ବନ୍ୟା ,ଭୂସ୍ଖଳନର ଖବର ଆସୁଛି ,ନିକଟରେ ଫିଲିଫାଇନ୍ସ ଓ ଭିଏତନାମରେ ତାଣ୍ଡବ ରଚିଥିଲା ଟାଇଫୁନ୍ କାଲମାଗୀ ଏବଂ ସବୁଠାରୁ ବଡ଼ କଥା ହେଉଛି ୯ମାସରେ ଭିଏତନାମ ଛୋଟ ବଡ଼ ୧୩ଟି ବାତ୍ୟା ଦେଖିଲାଣି । ଏହି ଜଳବାୟୁ ପରିବର୍ତ୍ତନରେ ବାଦ ପଡ଼ିନି ଭାରତ । ପରିବେଶ ଥିଙ୍କ ଟ୍ୟାଙ୍କ୍ ଜର୍ମାନୱାଚ୍ ଦ୍ୱାରା ପ୍ରକାଶିତ 'କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ' ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତରେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ୧୯୯୫ରୁ ୨୦୨୪ ମଧ୍ୟରେ ଦେଶରେ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧.୩ ବିଲିୟନ୍ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ବାତ୍ୟା ଛାଡ଼ିଗଲା, ଦେଇଗଲା ଦୁଃଖ; ଉଜୁଡ଼ିଯାଇଛି ଚାଷ ସହ ବାସ
ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ନବମ । ରିପୋର୍ଟ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଯୋଗୁଁ ଭାରତକୁ ପ୍ରାୟ ୧୭୦ ବିଲିୟନ୍ ଡଲାରର ଆର୍ଥିକ କ୍ଷତି ହୋଇଛି, ଯାହାକି ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା । ବାରମ୍ବାର ବନ୍ୟା, ବାତ୍ୟା, ଭୂଷ୍କଖନ ଏବଂ ଉତ୍ତାପ ଯୋଗୁଁ ଭାରତର ବିକାଶ ଉପରେ ଗୁରୁତର ପ୍ରଭାବ ପକାଉଛି। ୩୦ ବର୍ଷରେ ପ୍ରାୟ ୪୩୦ ପ୍ରାକୃତିକ ପାଣିପାଗ ଘଟଣା ରେକର୍ଡ କରାଯାଇଛି।୨୦୨୪ରେ କେବଳ ବର୍ଷା ଓ ବନ୍ୟାରେ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତ୍ରିପୁରାରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।
ଗଞ୍ଜାମ ମନରୁ ଲିଭିନି ମହାବାତ୍ୟା ବିଭୀଷିକା:୨୬ ବର୍ଷ ତଳର ଦୁଃଖ,ଆଜିଯାଏଁ ଭୁଲିପାରିନି ଗଞ୍ଜାମ
ରିପୋର୍ଟରେ କୁହାଯାଇଛି , ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ କୌଣସି ପ୍ରକାରର ଅତି ଖରାପ ପାଗର ସମ୍ମୁଖୀନ ହୁଅନ୍ତି । ରିପୋର୍ଟରେ ଭାରତରେ ଘଟିଥିବା ଅନେକ ବିନାଶକାରୀ ଘଟଣା ଉପରେ ଆଲୋକପାତ କରାଯାଇଛି, ଯେପରିକି ୧୯୯୮ ମସିହାର ଗୁଜରାଟ ବାତ୍ୟା, ୧୯୯୯ ମସିହାର ଓଡ଼ିଶା ସୁପର ସାଇକ୍ଲୋନ୍, ୨୦୧୩ ମସିହାର ଉତ୍ତରାଖଣ୍ଡ ବନ୍ୟା ।୧୯୯୫ ରୁ ୨୦୨୪ ମଧ୍ୟରେ, ସାରା ବିଶ୍ୱରେ ୯,୭୦୦ ରୁ ଅଧିକ ଅତି ଭୟଙ୍କର ଜଳ ବାୟୁ ପରିବର୍ତ୍ତନର ଘଟଣା ରେକର୍ଡ କରାଯାଇଛି, ଯେଉଁଥିରେ ୮.୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
ଜଳବାୟୁ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ୧୦ ଦେଶ
ଡୋମିନିକା ତାଲିକାର ଶୀର୍ଷରେ ଅଛି, ତା’ପରେ ମିଆଁମାର, ହଣ୍ଡୁରାସ, ଲିବିଆ, ହାଇତି, ଗ୍ରେନାଡା, ଫିଲିପାଇନ୍ସ, ନିକାରାଗୁଆ, ଭାରତ ଏବଂ ବାହାମାସ୍ ରହିଛି ।
Follow Us