କନକ ବ୍ୟୁରୋ : ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଥିବା ମୋନ୍ଥାରେ ଅଧିକ ପ୍ରଭାବିତ ହୋଇଥିଲା ଦକ୍ଷିଣ ଓଡ଼ିଶା । ଲଗାଣ ବର୍ଷା ଓ ପବନ ବିଭିନ୍ନ ସ୍ଥାନରେ ନଷ୍ଟ କରିଦେଇଛି ଫସଲ । ଉଜୁଡ଼ା କ୍ଷେତ ଭାଙ୍ଗିଦେଇଛିଚାଷୀର ଆର୍ଥିକ ମେରୁଦଣ୍ଡ । ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛି ଅସହାୟ ଚାଷୀ ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦେଖିବାକୁ ମିଳିଛି ବାତ୍ୟା ମୋନ୍ଥାର ପ୍ରକୋପ । ବର୍ଷା ଓ ପବନ ବ୍ଲକର ଅନେକ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି । କାଳିଆଝୋଲା ଓ ତୁନପାରରେ ଚାଷୀର ଏକର ଏକର ଧାନ ଓ ମକା ଫସଲ ନଷ୍ଟ ହୋଇଯାଇଛି । ସ୍ଥିତି ଏମିତି ଯେ ଏଥିରୁ ଆଉ ଭଲ ଫସଲ ହେବା ସମ୍ଭବ ନୁହେଁ । ଖାଲି ଚାଷ ନୁହେଁ, ଅନେକ ଲୋକଙ୍କ ବାସ ବି ଉଜୁଡ଼ିଯାଇଛି । ରାଜସ୍ୱ ଅଧିକାରୀ ଓ କୃଷି ବିଭାଗର ଏକ ମିଳିତ ଟିମ୍ କ୍ଷୟକ୍ଷତିର ଆକଳନ କରିବା ପରେ ସହାୟତା ମିଳିବ ବୋଲି କହିଛନ୍ତି ତହସିଲଦାର ।
ଖାଲି କୋରାପୁଟ ନୁହେଁ, ରାୟଗଡ଼ାରେ ବି ବାତ୍ୟା ମୋନ୍ଥା ଚାଷୀ କୂଳ ପାଇଁ ଦୁଃଖ ଆଣିଦେଇଛି । ଜମିରେ ଆଣ୍ଠୁଏ ପାଣି । ସେହି ପାଣିରେ ଭାସୁଛି ଚାଷୀର ପରିଶ୍ରମ । ଏଥର ଭଲ ଫସଲ ହୋଇଥିଲା । ଅମଳ ହୋଇଥିଲେ ବେଶ ଦୁଇ ପଇସା ରୋଜଗାର କରିଥାନ୍ତା ଚାଷୀ । ହେଲେ ଚାଷୀର ଖୁସିରେ ଦୁଃଖ ଭରିଦେଇଛି ମୋନ୍ଥା। କରିବ କଣ ? କାହାକୁ ଜଣାଇବା ନିଜ ଦୁଃଖ ? ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଆଉ କିଛି ବାଟ ନାହିଁ । ତୁରନ୍ତ ସରକାର ଏହି ବାତ୍ୟା ବିପନ୍ନଙ୍କ ପାଖେ ପହଞ୍ଚି ସହାୟତା ଯୋଗାଇଦେବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/monsoon-devastation-2025-10-30-19-06-24.jpg)