ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆରେ ଅଘଟଣ, ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

Advertisment

ରାତିରେ ଖାଇପିଇ ଶୋଇଥିଲେ ମା’ ଓ ଦୁଇ ପୁଅ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାତିରେ ଖାଇପିଇ ଶୋଇଥିଲେ ମା’ ଓ ଦୁଇ ପୁଅ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

food poison

food poison Photograph: (KanakNews)

କନକ ବ୍ୟୁରୋ:  ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ମାଆ ଓ ଦୁଇ ପୁଅ ।

ଅଧିକ ପଢନ୍ତୁ: ପାରାଦୀପ ବନ୍ଦରରେ ଅଘଟଣ: ଜାହାଜରେ ଲାଗିଲା ନିଆଁ

ସୂଚନା ଅନୁସାରେ  ଗତକାଲି ରାତିରେ ମା ଗୋଲାପ ସାହୁ , ବଡ଼ ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ। ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe