କନକ ବ୍ୟୁରୋ : କଟକ ବାଲିଯାତ୍ରାରେ ବଡ଼ ଅଘଟଣ ଘଟିଛି । ବାଲିଯାତ୍ରାରେ ଏକ ଦୋଳିରେ ୧୬ ଜଣ ଲୋକ ଫସିଯାଇଛନ୍ତି । ଦୋଳିଟି ୭୦ ଫୁଟ ଉଚ୍ଚରେ ରହିଥିବା ବେଳେ ଫସିଥିବା ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଦୋଳିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ସଦ୍ୟ ସୂଚନା ମୁତାବକ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୮ ଜଣ ଏବେ ବି ଫସି ରହିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ଦୋଳିରେ ଲୋକମାନେ ଫସି ରହିଛନ୍ତି । 

Advertisment