କନକ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ମାଆ ଓ ଦୁଇ ପୁଅ ।
ଅଧିକ ପଢନ୍ତୁ: ପାରାଦୀପ ବନ୍ଦରରେ ଅଘଟଣ: ଜାହାଜରେ ଲାଗିଲା ନିଆଁ
ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ , ବଡ଼ ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ। ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/22/food-poison-2025-12-22-11-32-33.jpg)