କନକ ବ୍ୟୁରୋ: ସଂଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ ପଲ ।  ଖବରଟି ହେଉଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଳତି ଓ ବେଲସୁନ୍ଦରୀ ଗ୍ରାମର । ଲୋକଙ୍କ ବାଡି ବଗିଚାରେ ଫଳୁଥିବା ଫଳ ଖାଇବା ଆଶାରେ ସଂଜ ନଇଁଲେ ଗାଁ ଭିତରକୁ ଭାଲୁ ପଲ ପଶିଆସି ଏଣେତେଣେ ଧାଁଦୌଡ କରିବା ସହ ଗଛରେ ଚଢି ବରକୋଳି,ବେଲ ଖାଉଛନ୍ତି । ଲୋକେ ଭୟରେ ରାତି ୮ଟା ପରେ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। 

Advertisment

ଗତକାଲି ରାତି ୯ଟା ସମୟରେ ଅଳତି ଗ୍ରାମର ମଦନମୋହନ ବରାଳ ଏବଂ ରଶ୍ମୀ ମହାରଣାଙ୍କ ଅଗଣାରେ ଥିବା ବେଲ,ବରକୋଳି ଖାଇବା ପରେ ବେଲସୁନ୍ଦରି ଗାଁ ମୁହାଁ ହୋଇ ଥିଲେ ପାଞ୍ଚଟି ଭାଲୁ । ଭାଲୁ ହିଂସ୍ର ବନ୍ୟ ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା ଠାରୁ ଦୁରେଇ ରହିବା ସହ ତାଙ୍କୁ ତା ବାଟରେ ଯିବାକୁ ଦେବାକୁ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ଆବଶ୍ୟକ ସ୍ଥଳେ ଭାଲୁ ଠାରୁ ଦୂରେଇ ରହିବା ସହ ଯଦି  ଘଉଡାଇବାକୁ ଦରକାର ପଡେ ସ୍ଥାନିୟ ବନକର୍ମଚାରିଙ୍କ ସାହାର୍ଯ୍ୟ ନେବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ:ରାଜ୍ୟସଭାରେ ଉଠିଲା ଅଙ୍ଗନବାଡ଼ି ଜାତିପ୍ରଥା ଭେଦଭାବ ପ୍ରସଙ୍ଗ,କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ