କନକ ବ୍ୟୁରୋ: ରାଜ୍ୟସଭାରେ ଉଠିଲା କେନ୍ଦ୍ରାପଡ଼ା ଅଙ୍ଗନବାଡ଼ିରେ ଭେଦଭାବ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ । କେନ୍ଦ୍ରାପଡ଼ା ଘଡିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ସହାୟିକା ଭାବେ ନିଯୁକ୍ତି ଦେବାରୁ ଗ୍ରାମବାସୀ ବିରୋଧ କରିଥିଲେ। କେବଳ ଏତିକି ନୁହେଁ, ଗ୍ରାମବାସୀମାନେ ନିଜ ପିଲାଙ୍କୁ ସେଠାରେ ଖାଦ୍ୟ ଖାଇବାକୁ ଦେଇନଥିଲେ। 

Advertisment

ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ଖଡ଼ଗେ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଏଭଳି ଜାତିଗତ ବର୍ଣ୍ଣବୈଷମ ସମ୍ବିଧାନର ଧାରା ୧୪, ୧୫  ଓ ୧୭ର ଉଲ୍ଲଂଘନ କରୁଛି। କେବଳ ସାମାଜିକ ଜୀବନରେ ନୁହେଁ, ବରଂ ସରକାରୀ କାର୍ଯ୍ୟାଳୟରେ ଏହି ଭେଦଭାବ ବୃଦ୍ଧି ପାଉଛି। ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଖଡ଼ଗେ କହିଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି ବିରୋଧୀ ଦଳ ନେତା।

 ଆହୁରି ପଢ଼ନ୍ତୁ:ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରୋ-ଲିଗ୍ : ଆର୍ଜେଣ୍ଟିନା ଠାରୁ ୦-୮ରେ ଭାରତର ଲଜ୍ଜାଜନକ ପରାଜୟ

ସୂଚନା ଅନୁସାରେ,ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ୨୦୨୫ ନଭେମ୍ବର ୨୦ରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସହାୟିକା ଭାବେ ନିଯୁକ୍ତି ପରେ ଜାତିପ୍ରଥାର କୁଶ୍ଚିତ ପରମ୍ପରାକୁ ଜାବୁଡି ଧରି ଗାଁ ଲୋକେ ତାଙ୍କ ଶିଶୁଙ୍କୁ ପାଠ ପଢ଼ିବାକୁ ଛାଡୁ ନାହାନ୍ତି। ଫଳରେ ପାଖାପାଖି ତିନିମାସ ହେବ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଯାଉନାହାନ୍ତି ଏବଂ ମୌଳିକ ଶିକ୍ଷରୁ ବଞ୍ଚିତ ହେଉଛନ୍ତି।