delhi-blast Photograph: (Google)
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହା ଭିତରେ ଆତଙ୍କୀ ଡାକ୍ତର ଉମର ନବୀ ରହୁଥିବା ଭଡ଼ା ଘରର ଛାନଭିନରୁ ବଡ ଖୁଲ୍ଲାସା ହୋଇଛି । ଉମର କେବଳ ଏକ ଆତଙ୍କୀ ନଥିଲା ବରଂ ବୋମା ତିଆରି ଏକ୍ସପର୍ଟ ଥିଲା । ନିଜ ଘରେ ବନାଇଥିଲା ବୋମା ନିର୍ମାଣକାରୀ ଲ୍ୟାବ । ଫରିଦାବାଦ ଅଲ ଫାଲହା ବିଶ୍ବବିଦ୍ୟାଳୟରଠୁ କିଛି କିଲୋମିଟର ଦୂରରେ ଏକ ଭଡା ଘରକୁ ବୋମା ଲ୍ୟାବ କରିଥିଲା । ସବୁଠୁ ବଡ କଥା ହେଉଛି ଏହା ପାଇଁ ଆତଙ୍କୀ ଡାକ୍ତରଙ୍କୁ ପାକିସ୍ତାନରୁ ବସି ମୋଟା ଅଙ୍କର ଅର୍ଥ ଯୋଗାଉଥିଲେ ଆତଙ୍କୀ । ଛାନଭିନ ପରେ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଦିଲ୍ଲୀ ବିସ୍ଫୋରଣ ନେଇ କ୍ୟାବିନେଟ୍ ବୈଠକ, କେନ୍ଦ୍ର ମାନିଲା ଆତଙ୍କବାଦୀ ଆକ୍ରମଣ
ଭଡ଼ା ଘରେ ବୋମା ଫ୍ୟାକ୍ଟ୍ରି
ଉମରକୁ ତାଲିମ ଦେଉଥିଲେ ଆାତଙ୍କୀ !
-ଆତଙ୍କୀ ଡାକ୍ତର ଉମର ନବୀ ଥିଲା ବୋମା ବନାଇବାରେ ଏକ୍ସପର୍ଟ
-ଭଡ଼ା ଘରେ ବୋମା ନିର୍ମାଣକାରୀ ଲ୍ୟାବ କରିଥିଲା
-ଘରେ ବିସ୍ଫୋରକ ପରୀକ୍ଷଣ କରୁଥିଲା ଉମର
-ଅଲ ଫଲହା ନିକଟସ୍ଥ ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍
-କେମିତି ବୋମା ପ୍ରସ୍ତୁତ କରାଯିବ?କେଉଁଠି ବ୍ୟବହାର କରାଯିବ?
-ପାକିସ୍ତାନରୁ ମିଳୁଥିଲା ତାଲିମ
-ଏସବୁ ପରୀକ୍ଷଣ ପାଇଁ ଉମରକୁ ପାକିସ୍ତାନରୁ ମିଳୁଥିଲା ବୈଷୟିକ ସହାୟତା
-ବିସ୍ଫୋରକ ପ୍ରସ୍ତୁତିର ଭିଡିଓ ପଠାଉଥିଲେ ପାକିସ୍ତାନୀ ଆତଙ୍କୀ
-ପାକ ଆତଙ୍କୀଙ୍କ ଇଙ୍ଗିତରେ ଉମର ଏସବୁ କାର୍ଯ୍ୟକଳାପ ଚଳାଉଥିଲା
-ଲ୍ୟାବରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି
-ଉମର ଘରେ ଛାନଭିନ ପରେ ଚାଞ୍ଚଲ୍ୟକର ସୂଚନା
-ବ୍ୟାଗରୁ ଜବତ, ବିସ୍ଫୋରକ ସାମଗ୍ରୀ ନିର୍ମାଣ ପାଇଁ ଉପକରଣ
-ପାକିସ୍ତାନରୁ ଫଣ୍ଡିଂ ମିଳୁଥିବା ଆଶଙ୍କା
-ତେଣୁ ଟେରର ଫଣ୍ଡିଂ ଦିଗରେ ମଧ୍ୟ ଯାଂଚ ଆରମ୍ଭ ହୋଇପାରେ
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ୨ କିଲୋରୁ ଅଧିକ ଆମୋନିୟମ ନାଇଟ୍ରେଟ୍ । ଖାଲି ସେତିକି ନୁହେଁ ବିସ୍ଫୋରଣ ପାଇଁ ଡିଟୋନେଟିଂ ଡିଭାଇସ ଓ ପେଟ୍ରୋଲିୟମ ଅଏଲ୍ ମଧ୍ୟ ବ୍ୟବହାର କରାଯାଇଥିବା ତଦନ୍ତକାରୀ ସଂସ୍ଥାର ଛାନଭିନରେ ସାମ୍ନାକୁ ଆସିଛି । ଫରେନ୍ସିକ ଟିମ ଏପର୍ଯ୍ୟନ୍ତ ସଂଗ୍ରହ କରିଥିବା ୫୨ରୁ ଅଧିକ ନମୁନା ସଂଗ୍ରହ କରିସାରିଛି । ଦିଲ୍ଲୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହେଉଛି ଉମର ମହମ୍ମଦ ନବି। ଘଟଣା ଦିନ ସେ ହିଁ ଆଇ-୨୦ କାର୍ ଚଳାଉଥିଲା ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି ।
ଘଟଣାସ୍ଥଳରୁ ମିଳିଲା ୯ଏମଏମର ୩ଟି କ୍ୟାଟ୍ରିଜ । ଏଥିମଧ୍ୟରୁ ଦୁଇଟୀ ଜୀବନ୍ତ ଓ ଗୋଟିଏ ଫୁଟା କ୍ୟାଟ୍ରିଜ ରହିଥିବା ସୂଚନା ମିଳିଛି । ସବୁଠୁ ବଡ କଥା ହେଉଛି ଆଖପାଖରେ କୌଣସି ବନ୍ଧୁକ ମିଳିନି । ତେବେ ନିୟମ ଅନୁସାରେ ସାଧାରଣ ଲୋକ ଏହି ୯ଏମଏମ କ୍ୟାଟ୍ରିଜ ରଖିବା ଉପରେ କଟକଣା ରହିଛି । କେବଳ ସୁରକ୍ଷାକର୍ମୀ ଓ ପୁଲିସ ଏହାକୁ ରଖିପାରିବେ । ତେଣୁ ପ୍ରଶ୍ନ ଉଠୁଛି ଦିଲ୍ଲୀ ବିସ୍ଫୋରଣ ଘଟଣାସ୍ଥଳରୁ ୩ଟି ନାଇନ ଏମଏମ କ୍ୟାଟ୍ରିଜ ଆସିଲା କେଉଁଠୁ?କିଏ ଏହାକୁ ବ୍ୟବହାର କରିଥିଲେ? ଅନ୍ୟପଟେ ବିସ୍ଫୋରଣ ମାମଲାର ତଦନ୍ତ ବିଭିନ୍ନ ଦିଗରୁ କରାଯାଉଛି । ଘଟଣାସ୍ଥଳରୁ ସୁରାକ ସଂଗ୍ରହ କରାଯାଉଛି ।
Follow Us