କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଖଲିସ୍ତାନୀ ଆତଙ୍କୀ ସଂଗଠନ ଜଷ୍ଟିସ ଲିଗ ଇଣ୍ଡିଆ । କେବଳ ସେତିକି ନୁହେଁ ଟେଲିଗ୍ରାମରେ ଆଉ ଏକ ଧମକ ଦେଇଛି ଖଲିସ୍ତାନୀ ସଂଗଠନ । ଯେଉଁଥିରେ କୁହାଯାଇଛି ଯେ କୌଣସି ସମୟରେ ଦିଲ୍ଲୀରେ ଆଉ ଏକ ଆକ୍ରମଣ ହୋଇପାରେ ଓ ଏଥିପାଇଁ ସଜାଗ ରୁହ । ଏହି ଧମକ ଆସିବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ରବିବାର ଦିଲ୍ଲୀର ଏକ ସିଆପିଏଫ ସ୍କୁଲ୍ କ୍ୟାମ୍ପସ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ରୋହିଣି ପ୍ରଶାନ୍ତବିହାର ଅଞ୍ଚଳରେ ଥିବା ସ୍କୁଲ୍ ବାହାରେ ଏହି ବିସ୍ଫୋରଣ ଘଟିବା ପରେ କୋକୁଆ ଭୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଯାଏଁ କୌଣସି ବଡଧରଣର କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଦିଲ୍ଲୀ ବିସ୍ଫୋରଣ, ଖଲିସ୍ତାନୀ ଲିଙ୍କ୍!
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ନୂଆ ମୋଡ଼
ବୋମା ବିସ୍ଫୋରଣ ପଛରେ ରହିଛି ପ୍ରୋ-ଖଲିସ୍ତାନୀ ସଂଗଠନ
ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଜଷ୍ଟିସ ଲିଗ ଇଣ୍ଡିଆ
ଜଷ୍ଟିସ ଲିଗ ଇଣ୍ଡିଆ ଏକ ଖଲିସ୍ତାନୀ ଆତଙ୍କୀ ସଂଗଠନ
ଆଗକୁ ପୁଣି ଆକମ୍ରଣ କରିବା ନେଇ ଧମକ ଦେଇଛି ସଂଗଠନ
ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣର ଚେତାବନୀ ଦେଇଛି ଖଲିସ୍ତାନ ଗୋଷ୍ଠୀ
ରୋହିଣୀ ସମେତ ପୁରା ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି
ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମ୍ କରୁଛି ଛାନଭିନ୍
ରବିବାର ସକାଳ ୭.୪୭ ସମୟରେ ଘଟିଥିଲା ବିସ୍ଫୋରଣ
ବିସ୍ଫୋରଣରେ କେହି ମୃତାହାତ ହୋଇନଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/10/21/vWK6N4Ve5LyAqpOHTtZW.jpg)