ନକଲି ଇଡି, ସିବିଆଇ ଅଫିସର ସାଜି ଆସୁଥିଲା, ସରକାରୀ ଅଫିସର ଓ ବଡ଼ ବ୍ୟବସାୟୀଙ୍କୁ ଲୁଟୁଥିଲା

ଧୂର୍ତ୍ତ ଠକଙ୍କୁ ଗିରଫ କରିବା ସହ ଆଖି ଖୋସିଦେବା ଭଳି ସମ୍ପତ୍ତି ଜବତ କରିଛି ସିବିଆଇ । ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା, ଏକ କେଜି ସୁନାଗହଣା, ୨୬ଟି ପ୍ଲଟ, ୪ଟି ବିଳାସପୂର୍ଣ୍ଣ କାର ଓ ୧୨ ଅନ୍ୟ ଗାଡି ଜବତ ହୋଇଛି । ଅଜିତ ଓ ମିଙ୍କୁଲାଲ ଓଡ଼ିଶା ବାହାରେ ମଧ୍ୟ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ । ବଡ ବଡ ବ୍ୟବସାୟୀ, ସଂସ୍ଥା ଓ ଅଫିସରଙ୍କୁ ଟାର୍ଗେଟ କରୁଥିଲେ ଏହି ଯୋଡି । ସୁଯୋଗ ପାଇବା କ୍ଷଣି କୋଟି କୋଟି ଟଙ୍କା ନେଇ ଛୁ ହୋଇଯାଉଥିଲେ। ପୂର୍ବରୁ ଠକେଇ ମାମଲାରେ ଅଜିତଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ ।

cbi

କନକ ବ୍ୟୁରୋ: ଇଡି, ସିବିଆଇ ଅଫିସର ସାଜି ଆସୁଥିଲେ । ସରକାରୀ ଅଫିସର ଓ ବଡ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ । କାହାକୁ ରେଡରୁ ବଞ୍ଚାଇବାକୁ କହୁଥିଲେ ତ ପୁଣି କାହାକୁ ମାମଲାରୁ ରକ୍ଷା କରିବାକୁ କହି କୋଟି କୋଟି ଟଙ୍କା ଚଳୁ କରୁଥିଲେ। ଓଡ଼ିଶାରୁ ଚେର ଲମ୍ବିଥିଲା ଦିଲ୍ଲୀ ଯାଏଁ । ହେଲେ ଏବେ ଅସଲି ସିବିଆଇ ପଞ୍ଝାରେ ପଡିଛନ୍ତି ନକଲି ସିବିଆଇ ଅଫିସର । 

LIC ର ଜବରଦସ୍ତ ପ୍ଲାନ୍ : ନିବେଶ କଲେ ରିଟର୍ଣ୍ଣ ଗ୍ୟାରେଣ୍ଟି , ୮ ବର୍ଷରେ ହେବେ ମାଲାମାଲ୍

ଘର ନୁହେଁ ତ କର୍ପୋରେଟ ବିଲ୍ଡିଂ । ବାହାରୁ ଯେତିକି ଚକାଚକ, ଭିତର ସାଜ୍ଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସତେକି ରାଜପ୍ରାସାଦ । ରାଜଧାନୀର ଏହି ଘରେ ୧୨ ଘଣ୍ଟା କାଳ ଛାପା ମାରିବା ପରେ ଧ୍ରୁତ ଅଜିତ ପାତ୍ରକୁ ବାନ୍ଧିଛି ଦିଲ୍ଲୀ ସିବିଆଇ ଟିମ୍ । ଥାଟବାଟ କୌଣସି ଅରବପତିଙ୍କ ଠାରୁ ବି କମ ନୁହେଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗେହ୍ଲାପୁଅର ପରିଚୟ ଦେଇ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ପରେ ସିବିଆଇ ସ୍କାନରରେ ଥିଲା ଅଜିତ । ଏକ ନେଟୱର୍କ ସଂସ୍ଥାକୁ ଜିଏସଟି ରେଡରୁ ବଞ୍ଚାଇବାକୁ ଯାଇ ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଜିତ ଓ ତାର ଠକ ପାର୍ଟନର ମିଙ୍କୁଲାଲ ଜୈନଙ୍କୁ ଉଠାଇ ନେଇଛି ସିବିଆଇ ।

ଭୟଙ୍କର ଦୁର୍ଘଟଣା ଛଡ଼ାଇନେଲା ସୁଖ : କିନ୍ତୁ ଭାଙ୍ଗିନି ମନୋବଳ

ଧୂର୍ତ୍ତ ଠକଙ୍କୁ ଗିରଫ କରିବା ସହ ଆଖି ଖୋସିଦେବା ଭଳି ସମ୍ପତ୍ତି ଜବତ କରିଛି ସିବିଆଇ । ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା, ଏକ କେଜି ସୁନାଗହଣା, ୨୬ଟି ପ୍ଲଟ, ୪ଟି ବିଳାସପୂର୍ଣ୍ଣ କାର ଓ ୧୨ ଅନ୍ୟ ଗାଡି ଜବତ ହୋଇଛି । ଅଜିତ ଓ ମିଙ୍କୁଲାଲ ଓଡ଼ିଶା ବାହାରେ ମଧ୍ୟ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ । ବଡ ବଡ ବ୍ୟବସାୟୀ, ସଂସ୍ଥା ଓ ଅଫିସରଙ୍କୁ ଟାର୍ଗେଟ କରୁଥିଲେ ଏହି ଯୋଡି । ସୁଯୋଗ ପାଇବା କ୍ଷଣି କୋଟି କୋଟି ଟଙ୍କା ନେଇ ଛୁ ହୋଇଯାଉଥିଲେ। ପୂର୍ବରୁ ଠକେଇ ମାମଲାରେ ଅଜିତଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ ।

୬ ମାସ ପାଇଁ ଶାନ୍ତ ପଡ଼ିବେ ମଙ୍ଗଳ : ୫୧ ଦିନ ପର୍ଯ୍ୟନ୍ତ ଜପ କରନ୍ତୁ ଏହି ମନ୍ତ୍ର , ସତର୍କ ରୁହନ୍ତୁ ୩ ରାଶି

ଠକ ଅଜିତ ବ୍ୟୁରୋକ୍ରାଟଙ୍କ ସହ କରୁଥିଲା ବ୍ରେକଫାଷ୍ଟ । ଭିଭିଆଇପିଙ୍କ ସହ କରୁଥିଲା ଡିଲ୍। ହେଲେ ପ୍ରଶ୍ନ ଉଠୁଛି, 
ଅଜିତଙ୍କୁ ବଳ ଯୋଗାଉଥିବା ଅଧିକାରୀ ମାନେ କିଏ?
ଗିରଫ ପରେ ମଧ୍ୟ ଅଜିତଙ୍କୁ ଗୁରୁଜୀ ବନାଇଥିବା ଅଫିସର କିଏ?
ଅଜିତ୍ ମୋବାଇଲରୁ ସିବିଆଇକୁ ମିଳିଛି ୧୩୦୦ ଫଟୋ ସହ ୨୫୦ ଭିଡ଼ିଓ । ଯାହାକୁ ନେଇ ଅଫିସରଙ୍କ ଛାତି ଏବେ ଧଡଧଡ଼ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe