କନକବ୍ୟୁରୋ : ଏକ ଭୟଙ୍କର ଦୁର୍ଘଟଣାରେ ସମ୍ପୁର୍ଣ୍ଣ ଶରୀର ଅକାମୀ ହୋଇଯିବା ପରେ ଶଯ୍ୟାଶାୟୀ ହୋଇ ମଧ୍ୟ ସେ ନିଜର ୫ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଉଛନ୍ତି ।   କେନ୍ଦୁଝର ଜିଲ୍ଲା ଅଳତୀ ଗାଁର ସତ୍ୟନାରାୟଣ ସାହୁ। ସିନେମା, ଅପେରାରେ ତ’ ହିରୋଙ୍କୁ ଆପଣ ଦେଖିଥିବେ। ହେଲେ ଇଏ ହେଉଛନ୍ତି ବାସ୍ତବ ଜୀବନ ହିରୋ । ଏମିତି ଜଣେ ମଣିଷ ଯିଏ ଅକ୍ଷମ ହୋଇ ବି ସକ୍ଷମ। ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଚାଲିବୁଲି ପାରୁନାହାନ୍ତି ସତ, ହେଲେ ଏବେ ବି ମରିନି ଆତ୍ମବିଶ୍ବାସ । ହାର୍ଡୱେୟାର ଦୋକାନଟିଏ କରିଛନ୍ତି ।

Advertisment

ଅଧିକ ପଢନ୍ତୁ... ତିରୁପତି ଲଡୁରେ ଗୋରୁ ଚର୍ବି ମାମଲା : ପ୍ରସାଦ ପଛରେ ୫୦ ଲକ୍ଷର ଗେମ୍ ପ୍ଲାନ୍

ଦୋକାନ ମଝିରେ ଖଟଟିଏ ପକାଇ ସେଥିରେ ଶୋଇ ବେପାର କରୁଛନ୍ତି। ଗ୍ରାହକ ଆସି ଯେଉଁ ସାମଗ୍ରୀ ମାଗନ୍ତି, କେଉଁଠି ଅଛି କହିଦିଅନ୍ତି ।  ଗ୍ରାହକ ବି ସାମଗ୍ରୀ ନେଇ ପାଉଣାକୁ ନିଜେ ରଖି ଦେଇ ଚାଲିଯାଆନ୍ତି ।  ପାଞ୍ଚ ଭଉଣୀଙ୍କ ବାହାଘର ଓ ପରିବାରର ଦାୟିତ୍ବ ସତ୍ୟନାୟରାୟଣଙ୍କୁ ପଢ଼ାଠୁ ଦୂରେଇ ଦେଇଥିଲା। ଯୁକ୍ତ ୨ରୁ ପାଠ ଛାଡ଼ି ବସ୍‌ କଣ୍ଡକ୍ଟର ଚାକିରି କଲେ ।

ଅଧିକ ପଢନ୍ତୁ... JHARSUGUDA POLITICS : ଝାରସୁଗୁଡ଼ାରେ ତେଜିଲା ପୋଲ ରାଜନୀତି : ବ୍ରିଜ୍‌ ନିର୍ମାଣକୁ ନେଇ ବିଜେଡି-ବିଜେପି କଥା କଟାକଟି

ମାତ୍ର ୨ ବର୍ଷ କାମ କରିଛନ୍ତି କି ନାହିଁ ଜୀବନରେ ଘୋଟି ଆସିଲା କଳା ବାଦଲ। ୨୦୦୪ରେ ବଡ଼ବିଲରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଶଯ୍ୟାଶାୟୀ ହୋଇଗଲେ। ସେଥିରେ ବି ୮ ବର୍ଷ ଧରି ହାର୍ଡୱେୟାର ଦୋକାନ କରି ପରିବାର ପ୍ରତିପୋଷଣ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଦିନକୁ ଦିନ ସତ୍ୟନାରାୟଣ ଅସୁସ୍ଥ ହେବାର ଲାଗିଛନ୍ତି। ତେଣୁ ତାଙ୍କୁ ଉନ୍ନତମାନର ଡାକ୍ତରୀ ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି ସରପଞ୍ଚ।