କନକ ବ୍ୟୁରୋ : ରେଢାଖୋଲରେ ଚାଲିଛି ବେଆଇନ ମାଟି ଇଟା ଭାଟି । ସରକାରଙ୍କ ପାଞ୍ଚଜଣିଆ ଟାକ୍ସ ଫୋର୍ସ ଟିମ୍ ଗଠନ ଅକାମି,ବାହାର ରାଜ୍ୟରୁ ଶ୍ରମିକ ଆଣି ଗଢ଼ା ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ମାଟି ଇଟା ।

Advertisment

ଅଧିକ ପଢ଼ନ୍ତୁ :ଯାଜପୁର ସହରବାସୀଙ୍କୁ ଯନ୍ତ୍ରଣା ଦେଉଛି ଜବରଦଖଲ, ଉଚ୍ଛେଦ ପାଇଁ ପୂର୍ତ୍ତ ବିଭାଗର ଚିଠି ପରେ ବି ନିରବ ତହସିଲ ପ୍ରଶାସନ

ମାଟି ଇଟା ଗଢ଼ା ବେଆଇନ୍‌। ରାଜସ୍ୱ ବିଭାଗ ମାଟି ଇଟା ଗଢ଼ା ରୋକିବା ନେଇ ରାଜ୍ୟ ସରକାର ଅନେକ ନିୟମ କରିଛନ୍ତି । ହେଲେ ମାନୁଛି କିଏ । ଯଦି ମାନୁଥାନ୍ତେ ତେବେ ଆଜି ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁନଥାନ୍ତା । ମାସେରୁ ଅଧିକ ହେଲାଣି ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଉପକଣ୍ଠରେ ଲକ୍ଷଲକ୍ଷ ଇଟା ଗଢ଼ାଚାଲିଛି । ଛତିଶଗଡ଼ରୁ ଆସିଥିବା ୫୦ରୁ ଅଧିକ ଶ୍ରମିକ ନାକଟିଦେଉଳ ତହସିଲ ଅଧୀନସ୍ଥ କତ୍ରାପାଲି ଗାଁରେ ଇଟା ଗଢ଼ୁଛନ୍ତି । ସେହି ଗାଁର ଦୁଇ ଜଣ ବ୍ୟକ୍ତି ଇଟା ଗଢ଼ିବା ପାଇଁ ଶ୍ରମିକଙ୍କୁ ନିୟୋଜିତ କରୁଛନ୍ତି !

ଅଧିକ ପଢ଼ନ୍ତୁ :ସମ୍ବଲପୁର ଦେଉଗାଁ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟକୁ ପ୍ରଶାସନର ଅହେତୁକ ଅନୁକମ୍ପା, ଲୋକଙ୍କ ବିରୋଧ ସତ୍ତେ୍ୱ୍ୱ ମିଳିଯାଇଛି ପରିବେଶ ମଞ୍ଜୁରି

ସରକାରୀ କାମରେ ମାଟିଈଟା ଲଗାଇବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହା ପରିବେଶ ପାଇଁ ବିପଦ। ତେଣୁ ଏହାକୁ ରୋକିବା ପାଇଁ ସରକାର ପାଞ୍ଚଜଣିଆ ଟାସ୍କଫୋର୍ସ ଟିମ୍‌ ଗଠନ କରିଛନ୍ତି । ନାକଟିଦେଉଳରେ ସତେଯେମିତି ଏହି ଟିମ୍‌ ଅକାମୀ ହୋଇଯାଇଛି ! କତ୍ରାପାଲି ଗାଁରେ ମାଟିଇଟା ପୋଡ଼ାଯାଉଥିବା ଖବର ପ୍ରାୟ ୨୦ ଦିନ ତଳୁ ସ୍ଥାନୀୟ ତହସିଲଦାରଙ୍କୁ ଜଣାଯାଇଛି ! ହେଲେ କୌଣସି ପଦକ୍ଷେପ ନନେଇ ଖଣି ବିଭାଗ ଅଧିକାରୀଙ୍କୁ ଜଣାଯାଇଛି କହି ଦୋଷ ଠେଲିଦେଲା ତହସିଲ ପ୍ରଶାସନ । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କ୍ଷମତା ଥାଇ ବି କାହିଁକି ନିରବ ତହସିଲଦାର ? ପୁଲିସ, ପ୍ରଶାସନ ଏବଂ ଇଟାଭାଟି ମାଲିକଙ୍କ ସଲାସୁତରାରେ ସବୁ କାମ ହେଉଛି ! ତେଣୁ ଅଭିଯୋଗ କଲେ ବି ଠୋସ୍ ପଦକ୍ଷପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ :ଭାରତ-ଋଷ ୨୩ତମ ଶିଖର ସମ୍ମିଳନୀରେ ଅନେକ ବୁଝାମଣା ସ୍ୱାକ୍ଷରିତ, ଜାରି ରହିବ ଇନ୍ଧନ ଯୋଗାଣ

 ପ୍ରାୟ ପ୍ରତିବର୍ଷ ନାକଟିଦେଉଳରେ ମାଫିଆମାନେ ବାହାର ରାଜ୍ୟରୁ ଶ୍ରମିକ ଆଣି ୨୦ଲକ୍ଷରୁ ଅଧିକ ମାଟି ଇଟା ଗଢ଼ି ବିକିଥିଲେ । ଚଳିତବର୍ଷ ବିଭିନ୍ନ ଜାଗାରେ ୪ଲକ୍ଷରୁ ଅଧିକ ଇଟା ଗଢ଼ାଯାଇଛି କ୍ଷ ଫଳରେ ସରକାରଙ୍କ କୋଟିକୋଟି ଟଙ୍କା ରାଜସ୍ବହାନି ହେଉଛି । ପ୍ରତ୍ୟେକ ବର୍ଷ ଖଣି ବିଭାଗ ବାଲି ମାଫିଆ ଓ ଇଟାଭାଟି ମାଫିଆଙ୍କ ଉପରେ କିଞ୍ଚିତ ଫାଇନ କରି ଚୂପ୍‌ ରହୁଛି। ମାଟିଈଟା ପୋଡ଼ିବା ପୂର୍ବରୁ ସେଗୁଡ଼ିକୁ ନଷ୍ଟ କରାଗଲେ ଆଉ କେହି ବେଆଇନ୍‌ ମାଟି ଈଟା ଗଢିବାକୁ ସାହାସ କରନ୍ତେ ନାହିଁ ।