କନକ ବ୍ୟୁରୋ : ଯନ୍ତ୍ରଣା ଦେଉଛି ଜବରଦଖଲ। ଅଧାରାସ୍ତା ଯାଏଁ ବ୍ୟବସାୟୀ ବସୁଥିବା ବେଳେ ବିଭାଗ ବିଭାଗ ମଧ୍ୟରେ ଦୋଷ ଲଦାଲଦି ଚାଲିଛି। ଯାତାୟତ ସ୍ବଭାବିକ ପାଇଁ ପୂର୍ତ୍ତବିଭାଗ ଚିଠି ଲେଖିଥିଲେ ମଧ୍ୟ ତହସିଲ ପ୍ରଶାସନକୁ ଦେଖାଯାଉନି । ବେଆଇନ ପାର୍କିଂ ଓ ଜବରଦଖଲ ପାଇଁ ଅଣନିଶ୍ବାସୀ ହେଉଛନ୍ତି ଯାଜପୁର ସହରବାସୀ । ସକାଳୁ ରାତ୍ରୀ, ଯାତାୟାତରେ ବ୍ୟାପକ ସମସ୍ୟା ସହ ଦୈନିକ ଛୋଟବଡ଼ ଦୁର୍ଘଟଣା ଭୟବଢ଼ିଯାଉଛି । ସହର ଭିତରେ ଆମ୍ବୁଲାନ୍ସଟିଏ ସଠିକ ଭାବେ ଯାଇପାରୁନାହିଁ ।
ଅଧିକ ପଢ଼ନ୍ତୁ :ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର
ଦିନକୁ ଦିନ ବିଗିଡ଼ି ଯାଉଛି ଯାଜପୁର ସହରର ଟ୍ରାଫିକ ସମସ୍ୟା। ଯୁଆଡ଼େ ଚାହିଁଲେ ବେଆଇନ ପାର୍କିଂ ସହ ଉଠା ଦୋକାନୀଙ୍କ କେବିନ୍ ଟ୍ରାଫିକ ଯନ୍ତ୍ରଣାକୁ ଦ୍ବିଗୁଣିତ କରୁଛି । ଦିନକୁ ଦିନ ସହରର କଳେବର ବଢ଼ିବା ସହ ଲୋକ ଏବଂ ଗାଡିମଟର ସଂଖ୍ୟା ଢେର ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ରାସ୍ତାକୁ ଦୁଇ ଥାକିଆ ଓ ପ୍ରଶସ୍ତ କରାଯାଇଛି । ତଥାପି ରାସ୍ତାରେ ସୁରକ୍ଷିତ ଯାତାୟାତ ସମ୍ଭବ ହେଉନାହିଁ ।
ଅଧିକ ପଢ଼ନ୍ତୁ :ଟୟୋଟା ଆୟୋଜନ କରୁଛି ଏକ୍ସପେରିଏନ୍ସିଆଲ ଡ୍ରାଇଭିଂ, ଦାରୁଠେଙ୍ଗର ଜୁଝାଗଡ଼ାରେ ହାଇଲକ୍ସ ପ୍ରିମିୟମ ଅଫ୍ ରୋଡକୁ ଦେଖିଲେ ଶହ ଶହ ଲୋକ
ମେଡିକାଲ ଛକ ଠାରୁ ଯୋଡ଼ିକୂଅ ରାସ୍ତା ଏବେ ଜବରଦଖଲରେ । ଉଠା ବ୍ୟବସାୟୀମାନେ ନିଜର ବ୍ୟବସାୟ ପାଇଁ ଅଧା ରାସ୍ତା ପର୍ଯ୍ୟନ୍ତ ମାଡ଼ି ଆସୁଛନ୍ତି । ଅନେକ ସ୍ଥାନରେ ବେଆଇନ୍ ଗାଡି ପାର୍କିଂ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏହି ସମସ୍ୟା ଦେଖି ମେଡିକାଲ ଛକ, କୁସୁମା ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଉଠାଦୋକାନକୁ ବାରଣ କରିଥିଲେ । ପରବର୍ତୀ ସମୟରେ ବୃତ୍ତିଗତ ସୁରକ୍ଷା ପାଇଁ ପ୍ରାଶାସନିକ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ଅନୁକମ୍ପାକୁ ପୁନର୍ବାର ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ :ସମ୍ବଲପୁର ଦେଉଗାଁ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟକୁ ପ୍ରଶାସନର ଅହେତୁକ ଅନୁକମ୍ପା, ଲୋକଙ୍କ ବିରୋଧ ସତ୍ତେ୍ୱ୍ୱ ମିଳିଯାଇଛି ପରିବେଶ ମଞ୍ଜୁରି
ସହର ସସମ୍ୟାକୁ ନେଇ ପୌରପାଳିକା ଓ ଯାଜପୁର ତହସିଲ ପ୍ରଶାସନ ପରସ୍ପର ଉପରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ଏହାରି ଭିତରେ ସହରର ଅଧା ରାସ୍ତା ଜବରଦଖଲରେ ଥିବା ବେଳେ ମୁହଁ ଖୋଲିଛି ପୂର୍ତ୍ତ ବିଭାଗ । ସହରର ପ୍ରମୁଖ ସ୍ଥାନରୁ ଜବରଦଖଲ ଉଚ୍ଛେଦନ ନେଇ ଅଧୀକ୍ଷଣ ଯନ୍ତ୍ରୀ ଗତ ଅକ୍ଟୋବର ୧୫ ତାରିଖରୁ ଯାଜପୁର ତହସିଲକୁ ଚିଠି ଲେଖିଛନ୍ତି । ତଥାପି ତାହା ସମ୍ଭବ ହୋଇପାରିନି । ଯାହାକି ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପଟେ ଏହି କାମ ତହସିଲ ପ୍ରଶାସନର ବୋଲି କହି ଚୁପ ପୌର ପରିଷଦ ନିର୍ବାହୀ ଅଧିକାରୀ । ସହରବାସୀ ଅଣନିଶ୍ୱାସୀ ହେଉଥିବା ବେଳେ ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା କହିଛନ୍ତି ଖୁବଶୀଘ୍ର ନୋଟିସ୍ କରି ଜବରଦଖଲ ଉଚ୍ଛେଦ କରାଯିବ। ସହରର ଟ୍ରାଫିକ ସମସ୍ୟାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/jajpur-2025-12-05-22-40-28.jpg)