Court Photograph: (KanakNews)
କନକ ବ୍ୟୁରୋ: ଦୁଇ ମା’ଙ୍କ କଳିରେ ବଳିପଡ଼ିଲା ୧୧ ବର୍ଷର ପୁଅ । ୨୦ ଦିନ ହେଲା ବାଳାଶ୍ରମରେ ରହୁଛି । କାହା ପାଖରେ ରହିବ ପୁଅ, ତା’ର ବିଚାର କରିବେ ବିଚାରପତି । ବାଲେଶ୍ବରରୁ ଆସିଛି ସମ୍ପର୍କର ଏମିତି ଏକ ଦୃଶ୍ୟ । ବାଲେଶ୍ବର ସହର ମଛୁଆ ସାହିରେ ରହନ୍ତି ସାବିତୁନ ବିବି ଓ ତାଙ୍କ ସ୍ବାମୀ ଶେଖ୍ ଇସାଦ । ସେମାନଙ୍କର ସାନ ପୁଅ ହେଉଛି ୧୧ ବର୍ଷର ଫଇଜାନ୍। ଶେଖ୍ ଇସାଦଙ୍କ ସାନ ଭାଇ ଶେଖ୍ ମମତାଜ ଓ ତାଙ୍କ ପତ୍ନୀ ପର୍ବିନ୍ ବିବିଙ୍କର ପିଲାପିଲି ନଥିବାରୁ ଫଇଜାନକୁ ନିଜ ପିଲା ଭଳି ଲାଳନପାଳନ କରୁଥିଲେ । ଫଇଜାନ୍ ମଧ୍ୟ ନିଜ କକା ଖୁଡ଼ିଙ୍କୁ ବାପା-ମା’ ଭାବି ଆସିଥିଲେ। ତେବେ ବ୍ୟକ୍ତିଗତ କାରଣରୁ ଶେଖ୍ ମମତାଜ ଓ ପର୍ବିନଙ୍କ ଦୁଇମାସ ପୂର୍ବରୁ ଛାଡ଼ପତ୍ର ହୋଇଥିଲା ।
ଉପକୂଳରୁ ଉପାନ୍ତ ଜାଲ ବିଛାଇଛନ୍ତି ସାଇବର ଠକ : ଟାର୍ଗେଟ୍ରେ ଥିଲେ ବଡ଼ବଡ଼ିଆ
ଫଳରେ ପର୍ବିନ ତାଙ୍କ ବାପା ଘରେ ଯାଇ ରହୁଥିବା ବେଳେ ପାଳିତ ପୁଅକୁ ସାଙ୍ଗରେ ରଖିବାକୁ ଚାହୁଁଥିଲେ । କିନ୍ତୁ ଫଇଜାନଙ୍କ ଜନ୍ମ କଲା ମା’ ଅର୍ଥାତ୍ ସାବିତୁନ୍ ନିଜ ପୁଅକୁ ଯିବାକୁ ଦେଇ ନଥିଲେ । ତେବେ ୨୦ ଦିନ ତଳେ ଫାଇଜାନ୍ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନଥିଲେ । ଅଭିଯୋଗ ପରେ ପୋଲିସ୍ ପୁଅକୁ ଖୋଜି ପାଇବା ପରେ ପୁଅକୁ ନେବା ପାଇଁ ଦୁଇ ପରିବାର ଦାବି କରିଥିଲେ ।
ଓଲିଉଡକୁ ଲାଗିଛି କାହା ନଜର ? ଅଭିଜିତଙ୍କ ପରେ ହସ୍ପିଟାଲରେ ହ୍ୟୁମାନ ସାଗର
ଯାହା ପରେ ଘଟଣାରେ ହସ୍ତକ୍ଷେପ କରିଥିଲା ସିଡବ୍ଲୁସି । ସିଡବ୍ଲୁସି କାହାରିକୁ ପିଲାକୁ ହସ୍ତାନ୍ତର କରିନାହିଁ । ଫଳରେ ଫଇଜାନର ଜନ୍ମକଲା ବାପା-ମା’, ପୁଅକୁ ଫେରିପାଇବାକୁ ଆଇନର ସହାୟତା ନେଇଛନ୍ତି । ଅନ୍ୟପଟେ ପାଳିତା ମାଆ ମଧ୍ୟ ପୁଅକୁ ନେବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସମସ୍ତଙ୍କର ଦସ୍ତାବିଜ୍ କୋର୍ଟରେ ଜମା ହୋଇଥିବା ବେଳେ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଦୁଇ ପରିବାର ।
Follow Us