କନକବ୍ୟୁରୋ : ରାଜ୍ୟରେ ବଢିଚାଲିଛି ସାଇବର ଠକେଇ । ବିଶେଷ କରି ବରିଷ୍ଠ ନାଗରିକ ମାନେ ଏହାର ବେଶି ଶିକାର ହେଉଛନ୍ତି । ସେମାନେ କିଭଳି ଏଥିରୁ ବର୍ତ୍ତିବେ , ସେନେଇ ‘ସିଲଭର ଏଜ୍’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଛି ସଚେତନତା ଶିବିର ।
ଅଧିକ ପଢନ୍ତୁ... ରାତି ପାହିଲେ ଓଡ଼ିଶାକୁ ପୁଞ୍ଜିନିବେଶର ସୁଅ : ସେପଟେ ରାଜ୍ୟରେ ବଢୁଛି ବନ୍ଧୁକ ବେପାର
ସାଇବର ଅପରାଧୀଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ । ଆଖି ପିଛୁଳାକେ ଗୋଟିଏ ଫୋନ୍ କଲରେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ । ଜୀବନ ସାରାର ଉପାର୍ଜିତ ଧନ କେଇ ସେକେଣ୍ଡରେ ହୋଇଯାଉଛି ଗାଏବ୍ । ଏଇ ଯେମିତି ଭୁବନେଶ୍ବରର ଦୁର୍ଗା ନାୟକ । ନିକଟରେ ତାଙ୍କ ଝିଅଙ୍କ ନାଁରେ ଏକ ଫେକ୍ ଆକାଉଣ୍ଟ ଖୋଲି ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ମାଗିଥିଲେ ସାଇବର ଠକ । ଭିନ୍ନ ଭିନ୍ନ ସମ୍ପର୍କୀୟ ଲକ୍ଷାଧିକ ଟଙ୍କା ସାଇବର ଅପରାଧୀଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏକଥାକୁ ଅତି ଦୁଃଖର ସହ କହିଛନ୍ତି ଦୁର୍ଗା ମ୍ୟାଡାମ୍ ।
ଅଧିକ ପଢନ୍ତୁ... ରାଉରକେଲାରେ ନରହନ୍ତା ହାତୀ ଆତଙ୍କ : ସହର ଭିତରେ ଖୁଲମ୍ ଖୁଲା ବୁଲୁଛି ହାତୀ
ବିଭିନ୍ନ ଢଙ୍ଗରେ ଲୁଟୁଛନ୍ତି ସାଇବର ଠକ । ଅତି ସହଜରେ ଡିଜିଟାଲ ଆରେଷ୍ଟର ଶିକାର ହେଉଛନ୍ତି ବରିଷ୍ଠ ନାଗରିକ । ସେମାନେ କିଭଳି ସଚେତନ ହେବେ , ସେଥିପାଇଁ ପ୍ରୟାସ କରିଛି ସିଲଭର୍ ଏଜ୍ ଫାଉଣ୍ଡେସନ ।
ଶହେରୁ ଅଧିକ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସଚେତନତା କର୍ମଶାଳା ଭୁବନେଶ୍ବରରେ ଆୟୋଜିତ ହୋଇଛି । ଫିସିଂ କଲ, ୟୁପିଆଇ ସ୍କାମ୍, ପରିଚୟ ଚୋରି ଏବଂ ନକଲି ଗ୍ରାହକ-ସୂତ୍ର ଠକେଇକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ତଥ୍ୟ ଅନୁସାରେ, ପ୍ରତିଦିନ ଦେଶରେ ପ୍ରାୟ ୭ ହଜାର ଲୋକ ସାଇବର ଅପରାଧର ଶିକାର ହେଉଛନ୍ତି। ଯେଉଁଥିରେ ୭୦ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/15/cyberfraud-2025-11-15-19-35-00.jpg)