କନକ ବ୍ୟୁରୋ: ଦିନେ ପାଠ ପଢ଼ିବା ଯାହାଙ୍କ ପାଇଁ ସ୍ୱପ୍ନ ଥିଲା, ପରିବାର ଚଳାଇବା ପାଇଁ ଯିଏ ପର ଘରେ ମୂଲ ଲାଗୁଥିଲେ । ଆଜି ସେଇ ରାଣୀ ପଢ଼ିବେ ଡାକ୍ତରୀ ପାଠ । ଆଉ ଆଦିବାସୀ ଇଲାକାରୁ ବନିବେ ଡାକ୍ତରାଣୀ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
କେନ୍ଦୁଝର ହାଟଡିହି ଢେଙ୍କା ପଞ୍ଚାୟତର ବୀଣାପାଟିଆ ଗାଁରେ ଏବେ ଖୁସିର ମାହୋଲ୍ । ଏହି ଆଦିବାସୀବହୁଳ ଗାଁକୁ ଏବେ ଛୁଟିଛି ଲୋକଙ୍କ ସୁଅ । ଗାଁର ସୁନା ଝିଅ ରାଣୀ ହେମ୍ବ୍ରମଙ୍କୁ ଭେଟି ସଭିଏଁ ଅଭିନନ୍ଦନ ଜଣାଉଛନ୍ତି । ଆଦିବାସୀ ଛାତ୍ରୀ ଭାବେ ଖଣ୍ଡମଣ୍ଡଳରେ ପ୍ରଥମ ଥର ପାଇଁ ଡାକ୍ତରୀ ପଢ଼ିବା ପାଇଁ କୃତିତ୍ଵ ହାସଲ କରିଛନ୍ତି ରାଣୀ । ପଡ଼ୋଶୀଙ୍କ ସହିତ, ଘର ଲୋକ ମଧ୍ୟ ଖୁସିର ବିଭୋର ହୋଇ ଉଠିଛନ୍ତି ।
ବଡ଼କଥା ହେଉଛି ରାଣୀଙ୍କ ଏ ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ । କାରଣ ମ୍ୟାଟ୍ରିକ୍ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିବା ପରେ ବାପାଙ୍କର ମୃତ୍ୟୁ ହୋଇଗଲା । ଫଳରେ, ଡାକ୍ତର ହେବା ଆଶା ରଖିଥିବା ରାଣୀ, ପରିବାରର ପେଟକୁ ଦୁଇ ମୁଠା ଦାନା ଦେବାକୁ ପର ଘରେ ମୂଲ ଲାଗିଲେ । ଦିନରେ ମୂଲ ଲାଗି, ରାତିରେ ପାଠ ପଢ଼ୁଥିଲେ ସେ । ଏହାପରେ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଭୁବନେଶ୍ୱରରେ ଯୁକ୍ତ ୨ କଲେଜରେ ପଢ଼ିବା ସହିତ, ମେଡିକାଲ୍ ପାଇଁ କୋଚିଂ ମଧ୍ୟ ନେଲେ । ପ୍ରଥମ ଥର ନିଟ୍ ପରୀକ୍ଷାରେ ଅସଫଳ ହେବା ପରେ ଧୈର୍ଯ୍ୟ ହରାଇ ନଥିଲେ ରାଣୀ । ଏଥର ସେ ନିଟ୍ ପରୀକ୍ଷାରେ ୪୩୮୧ ରାଙ୍କ ରଖି ପୁଲବାଣୀ ମେଡ଼ିକାଲ୍ କଲେଜର MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/5-rani-hembram-raja-pkg-t-2025-11-03-16-27-15.jpg)