ଆଇ-ପ୍ୟାକ୍ ଚଢ଼ାଉ ମାମଲା: ମମତାଙ୍କୁ ନ୍ୟାୟାଳୟରୁ ଝଟକା, ଆବେଦନ ଖାରଜ

Advertisment

ଅନ୍ୟପକ୍ଷେ ଆଇ-ପ୍ୟାକ୍‌ରେ ଇଡି ଚଢ଼ାଉ  ସମୟରେ ଜବତ ହୋଇଥିବା ନିର୍ବାଚନ ସଂକ୍ରାନ୍ତ ତଥ୍ୟ ସୁରକ୍ଷିତ ରଖିବାପାଇଁ ଟିଏମ୍‌ସି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଟିଏମ୍‌ସି ଆବେଦନକୁ ବିରୋଧ କରି ଇଡି କୋର୍ଟଙ୍କୁ ଜଣାଇଥିଲା ଯେ ଏକ ପୃଥକ୍‌ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଅନ୍ୟ ଏକ ଦଳ କିଭଳି ଏହାର ତଥ୍ୟ ଚୋରି ହୋଇଥିବା ଦାବି କରିପାରିବ ବୋଲି ଇଡି ପ୍ରଶ୍ନ କରିଛି ।

ଅନ୍ୟପକ୍ଷେ ଆଇ-ପ୍ୟାକ୍‌ରେ ଇଡି ଚଢ଼ାଉ  ସମୟରେ ଜବତ ହୋଇଥିବା ନିର୍ବାଚନ ସଂକ୍ରାନ୍ତ ତଥ୍ୟ ସୁରକ୍ଷିତ ରଖିବାପାଇଁ ଟିଏମ୍‌ସି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଟିଏମ୍‌ସି ଆବେଦନକୁ ବିରୋଧ କରି ଇଡି କୋର୍ଟଙ୍କୁ ଜଣାଇଥିଲା ଯେ ଏକ ପୃଥକ୍‌ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଅନ୍ୟ ଏକ ଦଳ କିଭଳି ଏହାର ତଥ୍ୟ ଚୋରି ହୋଇଥିବା ଦାବି କରିପାରିବ ବୋଲି ଇଡି ପ୍ରଶ୍ନ କରିଛି ।

mamata

କନକ ବ୍ୟୁରୋ :ରାଜନୈତିକ କନସଲଟାନ୍ସି ଫାର୍ମ ଆଇ-ପ୍ୟାକ୍‌ ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଅଫିସରେ ଗତ ସପ୍ତାହରେ ହୋଇଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ାଉ ସଂକ୍ରାନ୍ତରେ ଆଜି କୋଲକାତା  ହାଇକୋର୍ଟ ଇଡି ଏବଂ ଟିଏମ୍‌ସି ଆବେଦନର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ଇଡି ଏହି ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିବାପାଇଁ ଅନୁରୋଧ କରିଥିଲା । ମାମଲାରେ ଇଡିର ଅନ୍ୟ ଏକ ଆବେଦନ ସୁପ୍ରିମକୋର୍ଟରେ ପଡ଼ି ରହିଥିବାରୁ ହାଇକୋର୍ଟରେ ମାମଲାର ଶୁଣାଣି ସ୍ଥଗିତ ରଖିବାପାଇଁ ଇଡି ପକ୍ଷରୁ ଅନୁ‌‌ରୋଧ କରାଯାଇଥିଲା ।

ଅଧିକ ପଢ଼ନ୍ତୁ :  ଟିଏମସିର ଆଇଟି ସେଲ୍ ମୁଖ୍ୟଙ୍କ ଘରେ ଇଡି ଚଢାଉ ପରେ ତେଜିଛି ରାଜନୀତି: ଗର୍ଜିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଅନ୍ୟପକ୍ଷେ ଆଇ-ପ୍ୟାକ୍‌ରେ ଇଡି ଚଢ଼ାଉ  ସମୟରେ ଜବତ ହୋଇଥିବା ନିର୍ବାଚନ ସଂକ୍ରାନ୍ତ ତଥ୍ୟ ସୁରକ୍ଷିତ ରଖିବାପାଇଁ ଟିଏମ୍‌ସି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଟିଏମ୍‌ସି ଆବେଦନକୁ ବିରୋଧ କରି ଇଡି କୋର୍ଟଙ୍କୁ ଜଣାଇଥିଲା ଯେ ଏକ ପୃଥକ୍‌ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଅନ୍ୟ ଏକ ଦଳ କିଭଳି ଏହାର ତଥ୍ୟ ଚୋରି ହୋଇଥିବା ଦାବି କରିପାରିବ ବୋଲି ଇଡି ପ୍ରଶ୍ନ କରିଛି । ଇଡି ପୁଣିଥରେ କହିଛି ଯେ ଏହି ଚଢ଼ଉର ଟିଏମ୍‌ସି ସହ କୌଣସି ସମ୍ପୃକ୍ତି ନାହିଁ । ଇଡି ପକ୍ଷରୁ କୋର୍ଟରେ ଏସ୍‌ସି ରାଜୁ କହିଛନ୍ତି, ପ୍ରତୀକ ଜୈନଙ୍କ ଅଫିସରୁ ଏହା କିଛି ବି ଜବତ କରିନାହିଁ। ଇଡି ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତୀକ ଜୈନଙ୍କ ବାସଭବନରୁ ଏକ ଲ୍ୟାପଟପ , ଫୋନ୍‌ ଏବଂ ଏକାଧିକ ତଥ୍ୟ ନେଇଯାଇଛନ୍ତି । ସମସ୍ତ ତଥ୍ୟ ମମତା ବାନାର୍ଜୀ ସିଜ୍‌ କରିଛନ୍ତି ବୋଲି ଇଡି କୋର୍ଟରେ ଅଭିଯୋଗ କରିଛି।

ଅଧିକ ପଢ଼ନ୍ତୁ :  ଜେନ-ଜିଙ୍କ ଜାଲରେ ଫସିଯିବେ କି ମମତା ବାନାର୍ଜୀ, ଏସଏସସି ରିକ୍ରୁଟମେଣ୍ଟକୁ ନେଇ ଘେରିଲେଣି ଆଶାୟୀ, ନିର୍ବାଚନ ପୂର୍ବରୁ ଟିଏମସି ପାଇଁ ବଢ଼ୁଛି ସମସ୍ୟା

 ତେବେ ଉଭୟ ପକ୍ଷ ଶୁଣିବାପରେ ହାଇକୋର୍ଟ ଟିଏମ୍‌ସିର ଆବେଦନକୁ ଖାରଜ କରିଦେଇଛନ୍ତି। ଟିଏମ୍‌ସି ପକ୍ଷରୁ ଆଜି ଆଇନଜୀବୀ ମେନକା ଗୁରୁସ୍ବାମୀ ଖଣ୍ଡପୀଠଙ୍କୁ କହିଥିଲେ ଯେ ଇଡି ଦାଦାଗିରି କରିଛି ଏବଂ ଦଳର ରଣନୀତି ଏବଂ ବିଚାରଧାରା ସଂକ୍ରାନ୍ତ କାଗଜପତ୍ର ଜବତ କରିଛି। ସେ କହିଛନ୍ତି, ଆମେ ସୁପ୍ରିମକୋର୍ଟ ମାମଲାରେ ପକ୍ଷଭୁକ୍ତ ନୁହଁ। ଏହି ମାମଲାରେ ଆମର ରାଜନୈତିକ ତଥ୍ୟ ଆମକୁ ଫେରସ୍ତ କରାଯାଉ। ସୁପ୍ରିମକୋର୍ଟରେ ଏବେ ଏହି ମାମଲାର ଶୁଣାଣି ଚାଲିବ। ଜାନୁଆରି ୮ ତାରିଖ ଚଢ଼ଉ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ ଡିଜିପି ଏବଂ କୋଲକାତା ପୁଲିସ କମିସନରଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ଇଡି ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୮ ତାରିଖ ଘଟଣାର ସିବିଆଇ ତନନ୍ତ ଦାବି କରି ଇଡି ହାଇକୋର୍ଟରେ କରିଥିବା ଏକ ଆବେଦନକୁ ହାଇକୋର୍ଟ ସ୍ଥଗିତ ରଖିବା ପରେ ତଦନ୍ତକାରୀ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଇଡି ଅଭିଯୋଗ କରିଛି ଯେ ଜାନୁଆରି ୮ ତାରିଖ ଚଢ଼ଉ ସମୟରେ ମମତା ବାନାର୍ଜୀ ଚଢ଼ଉ ସ୍ଥଳକୁ ପ୍ରବେଶ କରି ସମସ୍ତ ପ୍ରମାଣ ନେଇ ଯାଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମମତା ସମସ୍ତ କାଗଜପତ୍ର ଏବଂ ଇଲେକଟ୍ରୋନିକ୍‌ ଡିଭାଇସ ନେଇ ଯାଇଛନ୍ତି ବୋଲି ଇଡି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe