କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ରାଜ୍ୟର ଜେନ-ଜି ଏବେ ସମସ୍ୟା ହୋଇ ଠିଆ ହେଲେଣି । ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ମାମଲାରେ ପ୍ରଥମେ ଜୁନିୟର ଡାକ୍ତର ମମତା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବେଳେ ଏବେ ଏସଏସସି ଭର୍ତ୍ତି ମାମଲାରେ ଗଡ଼ବଡ଼କୁ ନେଇ ତୃଣମୂଳ କଂଗ୍ରେସ ସରକାରଙ୍କ ନିଶ୍ୱାସ ଅଟକି ଗଲାଣି । ମମତା ସରକାର ଭାବିଥିଲେ କି ଦୁର୍ନୀତି ଅଭିଯୋଗରେ ଯେଉଁ ଯୁବକ ଯୁବତୀମାନଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନଙ୍କୁ ଅତିରିକ୍ତ ୧୦ ପ୍ରତିଶତ ମାର୍କ ଦିଆଯାଉ । ଫଳରେ ସେମାନେ ସହଜରେ ପୁଣି ଚାକିରି ପାଇପାରିବେ । ହେଲେ ପଶ୍ଚିମବଙ୍ଗର ଛାତ୍ର ଏହା ବିରୋଧରେ ସଡ଼କୁ ଓହ୍ଲାଇ ସାରିଛନ୍ତି । ସେମାନଙ୍କ କହିବା କଥା ଏହା ସେମାନଙ୍କ ଅଧିକାର ଛଡ଼ାଇ ନେବାକୁ ଯୋଜନା କରାଯାଉଛି । ଏହି ଦୁଇଟି ମାମଲା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ାଇଛି ।
ରେଭେନ୍ସା ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି : ଇଷ୍ଟ ହଟେଷ୍ଟଲରେ ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ
ଏସଏସସିରେ ଅଧିକ ସଂଖ୍ୟକ ନିଯୁକ୍ତି ବାହାର କରିବାକୁ ହଜାର ହଜାର ସଂଖ୍ୟାର ଆଶାୟୀ ବୁଧବାର ଦିନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରତିବାଦ ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ସହ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଛନ୍ତି । ପ୍ରବଳ ବର୍ଷା ବି ସେମାନଙ୍କ ପ୍ରତିବାଦକୁ ଅଟକାଇପାରିନି । ସେମାନଙ୍କ କହିବା କଥା ନିଯୁକ୍ତିରେ ସମସ୍ତଙ୍କ ଅଧିକାର ସମାନ ହେବା ଦରକାର ।
ବାତ୍ୟା ମୋନ୍ଥା ପରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା : ଖୁବଶୀଘ୍ର କ୍ଷୟକ୍ଷତିର ହେବ ଆକଳନ
ସେପଟେ ଆନ୍ଦୋଳନକାରୀ ଆଶାୟୀମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି କି, ପ୍ରଥମେ ଏଭଳି ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା, ଯେଉଁମାନେ ପରୀକ୍ଷାରେ ଫେଲ୍ ହୋଇଥିଲେ । ସେପଟେ ଯୋଗ୍ୟ ଆଶାୟୀଙ୍କୁ ବାଦ ଦିଆଯାଇଥିଲା । ଏସବୁ ଭିତରେ ସରକାରଙ୍କ କହିବା କଥା ମାମଲା ଏବେ ବିଚାରଧୀନ ରହିଛି, ଦୋଷୀଙ୍କୁ ଦଣ୍ଡ ମିଳିବ । ହେଲେ ଜନତାଙ୍କ ଆକ୍ରୋଶ ସ୍ପଷ୍ଟ କରୁଛି କି ଏସଏସସି ଦୁର୍ନୀତି ଆଗାମୀ ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/mamata-2025-10-29-17-26-36.jpg)