ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ, ପିଲାଙ୍କ ସାମ୍ନାରେ ପତ୍ନୀଙ୍କୁ ଜାଳିଦେଲା ରାକ୍ଷସ ସ୍ବାମୀ

Advertisment

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେଲା । ତିଲକ ନଗରରେ ଚାଞ୍ଚଲ୍ୟ । ଅଭିଯୁକ୍ତକୁ ଗିରଫ କରି ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେଲା । ତିଲକ ନଗରରେ ଚାଞ୍ଚଲ୍ୟ । ଅଭିଯୁକ୍ତକୁ ଗିରଫ କରି ।

Hyderabad case

Hyderabad case Photograph: (KanakNews)

କନକ ବ୍ୟୁରୋ:  ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ । ପିଲାଙ୍କ ସାମ୍ନାରେ ପତ୍ନୀଙ୍କୁ ଜାଳିଦେଲେ ସ୍ବାମୀ । ତିଲକ ନଗରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଭଡ଼ା ଘରେ ଜୀବନ୍ତ ଜାଳି ଦେଇଛନ୍ତି। ଜଣେ ହୋଟେଲ କର୍ମଚାରୀ ଥିବା ଚିତ୍ୟାଲା ତ୍ରିବେଣୀ ଗାନ୍ଧୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଦିନ ମଜୁରିଆ କେ ଭେଙ୍କଟେଶଙ୍କୁ ଗୁରୁବାର ଗିରଫ କରାଯାଇଛି। ତ୍ରିବେଣୀଙ୍କ ପିତା ୪୮ ବର୍ଷୀୟ କୃଷକ ଚିତ୍ୟାଲା ଆପ୍ପାୟା ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ଏହି ଦମ୍ପତି ପାଞ୍ଚ ବର୍ଷ ପୂର୍ବେ ନିଜ ଜନ୍ମସ୍ଥାନ ହୁଜୁର ନଗରରୁ ହାଇଦ୍ରାବାଦକୁ ଯାଇଥିଲେ ।

ଅଧିକ ପଢନ୍ତୁ: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ମାରିଦେଲେ ବାଂଲାଦେଶୀ

ସେମାନେ ଗତ ଏକ ବର୍ଷ ହେବ ତିଲକ ନଗରର ଏକ ଘରେ ସେମାନଙ୍କର ଦୁଇ ସନ୍ତାନଙ୍କ ସହ ସହ ରହୁଥିଲେ। ଭେଙ୍କଟେଶ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୂର୍ବରୁ ମାରଧର କରୁଥିଲେ । ବୁଧବାର ରାତିରେ ଭଡ଼ା ଘରୁ ନିଆଁ ବାହାରୁ ଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ । ଏହାପରେ ସେଠାକୁ ଯାଇ କବାଟ ଖୋଲି ତ୍ରିବେଣୀ ପୋଡ଼ି ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତ ସ୍ବାମୀ ନିଜ ଦୁଇ ପିଲାଙ୍କୁ ବାହାରକୁ ନେଇ ସମୋସା ଖାଇବାକୁ ଦେଇଥିଲା, ଆଉ ତୁମ ମାଆ ମରିବାକୁ ଯାଉଛି ବୋଲି ବି କହିଥିଲା । ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe