କନକ ବ୍ୟୁରୋ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା । ଢାକା ନିକଟରେ ଦୀପୁ ଦାସ ନିର୍ମମ ହତ୍ୟାକାଣ୍ଡ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଘଟିଛି ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ୭ ଦିନ ଭିତରେ ଦୁଇ ଦୁଇଟି ସାଂଘାତିକ ଘଟଣା । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଭାରତରେ ବି ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ପୁଣି ଘଟିଛି ନାରକୀୟ କାଣ୍ଡ ।

Advertisment

ପୁଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ଏବଂ ସାମ୍ପ୍ରଦାୟିକ ଆକ୍ରମଣର ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ଆହୁରି ପଢ଼ନ୍ତୁ... ରାଜ୍ୟରେ ପ୍ରଥମ ପେଡିଆଟ୍ରିକ୍ ମଡ୍ୟୁଲାର ଓଟିର ଶୁଭାରମ୍ଭ: ଶିଶୁ ଭବନରେ ଦୁଇ ବର୍ଷର ଶିଶୁର ପ୍ରଥମ ଅସ୍ତ୍ରୋପଚାର

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା କୌଣସି ସାମ୍ପ୍ରଦାୟିକ ମାମଲା ନଥିଲା । ମୃତ ଅମୃତ ମଣ୍ଡଳ ଜଣେ କୁଖ୍ୟାତ ଅପରାଧୀ ଥିଲେ । ସେ ଅଞ୍ଚଳରେ ଚାନ୍ଦା ମାଗିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରି ଯାଇଥିଲେ। ପୋଲିସ ସମ୍ରାଟ ଏବଂ ତାଙ୍କ ସହଯୋଗୀ ସଲିମଙ୍କ ପାଖରୁ ଏକ ବିଦେଶୀ ପିସ୍ତଲ ଏବଂ ଏକ ପାଇପ୍ ଗନ୍ ଜବତ କରିଛି । ପୁଲିସ ଏହି ମାମଲାରେ ତିନୋଟି ପୃଥକ ମାମଲା ରୁଜୁ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସମ୍ରାଟଙ୍କ ବିରୋଧରେ ପୂର୍ବରୁ ଅନେକ ଗୁରୁତର ଅପରାଧିକ ମାମଲା ରହିଥିଲା।

- ଗତରାତିରେ ରାଜବାଡ଼ି ଜିଲ୍ଲା ହୋସେନଡାଙ୍ଗା ଗାଁରେ ହିନ୍ଦୁଙ୍କୁ ହତ୍ୟା
- ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି ୨୯ ବର୍ଷୀୟ ଅମ୍ରିତ ମଣ୍ଡଳ ଓରଫ୍ ସମ୍ରାଟ
- ଅମ୍ରିତଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗ ଥିବା ପୁଲିସ କହିଛି
- ଅମ୍ରିତ ଜଣଙ୍କ ଘରକୁ ଟଙ୍କା ଆଦାୟ ପାଇଁ ଯାଇଥିବା ବେଳେ ଅଘଟଣ
- ସେ ଚୋର ଚୋର ଚିତ୍କାର କରିବାରୁ ଭିଡ଼ ଏକାଠି ହୋଇ ତାଙ୍କୁ ଆକ୍ରମଣ କରିଥିଲେ 
- ଡିସେମ୍ୱର ୧୮ରେ ଢାକା ନିକଟରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା
- ଲୋକଙ୍କ ଅମାନୁଷିକ ଅତ୍ୟାଚାରର ଶିକାର ହୋଇ ପ୍ରାଣ ହରାଇଥିଲେ ଦୀପୁ ଦାସ
- ତାଙ୍କୁ ପିଟି ପିଟି ହତ୍ୟା ପରେ ମୃତଦେହକୁ ଗଛରେ ଝୁଲାଇ ଜାଳି ଦେଇଥିଲେ ଲୋକେ
- ମିଥ୍ୟା ଆରୋପ ଲଗାଇ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ପରେ ତଦନ୍ତରୁ ସ୍ପଷ୍ଟ
- ଗତ ୫ ଦିନ ଭିତରେ ବାଂଲାଦେଶରେ ୭ଟି ହିନ୍ଦୁ ପରିବାରର ଘର ଜାଳି ଦିଆଯାଇଛି