ନିଆଁ ଆଁରେ ଭଦ୍ରକ ତିହିଡ଼ିର ଛତ୍ରପଦା ଗାଁ, ଶତାଧିକ ଗୋରୁ ଓ ଛେଳି ଜୀବନ୍ତ ଦଗ୍ଧ

Advertisment

ଶତାଧିକ ଗୋରୁ ଓ ଛେଳି ଜୀବନ୍ତ ଦଗ୍ଧ । ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ।

ଶତାଧିକ ଗୋରୁ ଓ ଛେଳି ଜୀବନ୍ତ ଦଗ୍ଧ । ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ।

Fire in house

Fire in house Photograph: (KanakNews)

କନକ ବ୍ୟୁରୋ: ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨୦ ବଖରାରୁ ଅଧି ଘର । ୨୦ଟି ଗୋରୁ ସହିତ ଶତାଧିକ ଛେଳି ଜୀବନ୍ତ ଦଗ୍ଧ ସୂଚନା । ଏପରିକି ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ୭ଟି ପରିବାରର ଘର ସହ ଗୃହପାଳିତ ପଶୁ ପୋଡ଼ିଯାଇଛନ୍ତି । ଘରର ସମସ୍ତ ଆସବାବପତ୍ର, ୪୦୦ରୁ ଅଧିକ ବସ୍ତା ଧାନ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ;  ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ରେସ୍ତୋରାଁ ଓ ଲଜ୍‌

ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ଫଳରେ ଚାହୁଁ ଚାହୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି । ଗ୍ରାମବାସୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମବାହିନୀ ପହଂଚିବା ବେଳକୁ ନିଆଁ ସବୁକିଛି ଗିଳି ସାରିଥିଲା । ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe