କନକ ବ୍ୟୁରୋ : ଭଦ୍ରକରେ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ସଙ୍କଟାପନ୍ନ ଅବସ୍ଥାରେ କଟକରେ ଚିକିତ୍ସାଧୀନ ଅଛନ୍ତି । ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ନିଆଁ ଲାଗିଥିଲା । ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ବେଳେ ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାରେ ୫ ଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟଣା; ୨ ଜଣଙ୍କର ମୃତ୍ୟୁ,ସଙ୍କଟାପନ୍ନ ଅବସ୍ଥାରେ ୩ ଜଣ ଚିକିତ୍ସାଧୀନ
ଭଦ୍ରକରେ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ସଙ୍କଟାପନ୍ନ ଅବସ୍ଥାରେ କଟକରେ ଚିକିତ୍ସାଧୀନ ଅଛନ୍ତି । ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ନିଆଁ ଲାଗିଥିଲା ।
/kanak/media/media_files/2025/05/06/k5yrpCYliYJnU9PWZhRd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)