କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା : ବାନ୍ଧବୀ ଅର୍ପିତା ହାଇକୋର୍ଟରେ କଲେ ଆଗୁଆ ଜାମିନ୍ ଆବେଦନ

Advertisment

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ହ୍ୟୁମାନଙ୍କ ବାନ୍ଧବୀ ଅର୍ପିତା ହାଇକୋର୍ଟରେ କଲେ ଆଗୁଆ ଜାମିନ୍ ଆବେଦନ। ତେବେ ମିଳିଥିବା ସୂଚନା ଅନୁସାରେ, କୋର୍ଟରୁ ଆଗୁଆ ସୁରକ୍ଷା ଲୋଡିଛନ୍ତି ଅର୍ପିତା। ତେବେ ଏହା ପୂର୍ବରୁ ସୋମେଶ ଶତପଥୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା ରୁଜୁ କରିଥିଲେ ତାଙ୍କ ମାଆ ଶେଫାଳୀ ସୁନା।

human sagar case

human sagar case Photograph: (kanak news)

କନକ ବ୍ୟୁରୋ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ହ୍ୟୁମାନଙ୍କ ବାନ୍ଧବୀ ଅର୍ପିତା ହାଇକୋର୍ଟରେ କଲେ ଆଗୁଆ ଜାମିନ୍ ଆବେଦନ। ତେବେ ମିଳିଥିବା ସୂଚନା ଅନୁସାରେ, କୋର୍ଟରୁ ଆଗୁଆ ସୁରକ୍ଷା ଲୋଡିଛନ୍ତି ଅର୍ପିତା। ତେବେ ଏହା ପୂର୍ବରୁ ସୋମେଶ ଶତପଥୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା ରୁଜୁ କରିଥିଲେ ତାଙ୍କ ମାଆ ଶେଫାଳୀ ସୁନା। କଟକ ମର୍କତନଗର ଥାନାରେ ୯ ଜଣଙ୍କ ନାଁରେ ଅଭିଯୋଗ ଆଣିଥିଲେ ଶେଫାଳୀ। ଏହାପରେ ଏଫଆଇଆର ଆଧାରରେ ତଦନ୍ତକୁ ଆଗକୁ ବଢାଇଛି ପୁଲିସ। ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ। ଆର୍ଥିକ ନେଣଦେଣ ବାବଦରେ ଜାଣିବାକୁ ଆକାଉଣ୍ଟ ତଥ୍ୟ ହାସଲ ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲା ପୁଲିସ। ଅନ୍ୟପଟେ ଏଫଆଇଆରରେ ଥିବା ୯ ଜଣଙ୍କୁ ଡାକି ପଚରାଉଚରା କରିବା ପୂର୍ବରୁ ୨ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତେବେ କାହିଁକି ଆଗୁଆ ଜାମିନ ଆବେଦନ କଲେ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ଜାଣନ୍ତୁ : ପୁରୀରେ ଏବେଠୁ ଲାଗିଲାଣି ଭିଡ଼ : ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏବେ ପୁରୀମୁହାଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe