କନକବ୍ୟୁରୋ : ଇଂରାଜୀ ନବବର୍ଷ ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁଙ୍କୁ ଦର୍ଶନ କରି ନବବର୍ଷ ଆରମ୍ଭ କରିବାକୁ ବ୍ୟଗ୍ର ଭକ୍ତ ଓ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଏବେଠୁ ଲାଗିଲାଣି ଭିଡ଼ । ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏବେ ପୁରୀମୁହାଁ ।
ଅନଲାଇନ୍ ଖାଇବା ମଗାଇ ଖାଉଛନ୍ତି କି? ଆପଣଙ୍କ ପାଇଁ ବଡ଼ ଖବର
ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ପୁରା ପ୍ରସ୍ତୁତ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ବଡ଼ଦାଣ୍ଡରୁ ନେଇ ସିଂହଦ୍ବାର ଯାଏ ବ୍ୟାରିକେଡ ଦେଇ ଭକ୍ତ କିଭଳି ସହଜରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେଥିପାଇଁ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପୁଲିସ୍ । ପୁରୀ ସମୁଦ୍ର କୂଳରେ ଅଘଟଣକୁ ଏଡ଼ାଇବାକୁ ସଜାଗ ଅଛି ପ୍ରଶାସନ ।
ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଏହା ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ତଥା ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଏସ୍ପି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର । ବିଚ୍ରେ ହଟସ୍ପଟ ପାଟ୍ରୋଲିଂ , ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦିଆଯାଇଛି । ଏଥିସହ ପର୍ଯ୍ୟଟକଙ୍କ ପାଇଁ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦୁଇ ଦିନ ପରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ- ଜେଲ୍ ରୋଡ୍ ପାର୍କିଂରେ ରହିବ। କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ- ତାଳବଣିଆରେ ଏବଂ ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ- ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ଗାଡି ରଖିବାକୁ ବ୍ୟବସ୍ଥା କରିଛି ପୁରୀ ପୁଲିସ।
ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି
ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡ଼ଦାଣ୍ଡର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଏସ୍ପି
ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର
ସମୁଦ୍ରକୂଳ ଅଞ୍ଚଳରେ ହଟସ୍ପଟ ପାଟ୍ରୋଲିଂ
ପର୍ୟ୍ୟଟକଙ୍କ ପାଇଁ ଦୁଇ ଦିନ ଟ୍ରାଫିକ୍ କଟକଣା ଜାରି ହୋଇଛି
ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଟ୍ରାଫିକ୍ କଟକଣା ରହିଛି
ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ନୋ ଭେହିକିଲ୍ ଜୋନ୍ ଘୋଷଣା
ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ଯାଏ ଚାରିଚକିଆ ଯାନ ବ୍ୟାନ୍
ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ- ଜେଲ୍ ରୋଡ୍ ପାର୍କିଂ
କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ- ତାଳବଣିଆ ପାର୍କିଂ
ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଯାତ୍ରୀକା ପାର୍କିଂ
ସେପଟେ ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ। ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ଓଡ଼ିଆମାନେ ରାଷ୍ଟ୍ରୀୟ ପଞ୍ଚାଙ୍ଗ ତିଥି ଅନୁସାରେ ନୂଆବର୍ଷ ପାଳୁଛନ୍ତି। ଏଣୁ ଇଂରାଜୀ ନବବର୍ଷ ପାଇଁ ବିଶ୍ବର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଭଳି ରାତି ଅନିଦ୍ରା ନ ରଖିବାକୁ ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ନିବେଦନ କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ କୁମାର ସାହୁ ଏ ସଂପର୍କରେ ଗଜପତି ମହାରାଜା, ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି ।
ଏନେଇ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ତଥା ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗ୍ରହ ଚଳନ ଅନୁସାରେ ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହିଦିନଠାରୁ ନୂଆ ପାଞ୍ଜି ବି ପ୍ରଚଳନ ହୋଇଥାଏ। ଇଂରାଜୀ ନବବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପାଳନ ହେଉଛି।
ଏହା ବ୍ରିଟିଶମାନଙ୍କ କ୍ୟାଲେଣ୍ଡର। ଆମେ ସ୍ବାଧୀନତାର ଏତେ ବର୍ଷ ପରେ ବି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ନବବର୍ଷ ପାଳନ କରିବା ଦୁର୍ଭାଗ୍ୟଜନକ। ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି, ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସନାତନୀ ହିନ୍ଦୁଙ୍କ ଆସ୍ଥା ତଥା ଆରାଧ୍ୟ ଠାକୁର। କେଉଁ ଆବହମାନ କାଳରୁ ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି। ଏଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଏଭଳି ଦର୍ଶନ ବ୍ୟବସ୍ଥା ବନ୍ଦ କରି ସକାଳୁ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଆଚାର୍ଯ୍ୟ ନିବେଦନ କରିଛନ୍ତି।
ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ
ନୂଆବର୍ଷ ରାତିରେ ମନ୍ଦିର ଖୋଲିବାକୁ ବିରୋଧ
ବିଶ୍ବ ହିନ୍ଦୁ ପରିଷଦର ବିରୋଧ
ଗ୍ରହ ଚଳନ ଅନୁସାରେ ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ
ଏହିଦିନଠାରୁ ନୂଆ ପାଞ୍ଜି ବି ପ୍ରଚଳନ ହୋଇଥାଏ
ଇଂରାଜୀ ନବବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପାଳନ ହେଉଛି
ଏହି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ବ୍ରିଟିଶମାନଙ୍କ କ୍ୟାଲେଣ୍ଡର
‘ଜାନୁଆରି ୧ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ବଦଳାଯିବା ଦୁର୍ଭାଗ୍ୟଜନକ’
ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି - ଜାନୁଆରି ୧ ନୂଆବର୍ଷ ପାଇଁ ପୂର୍ବ ରାତି ୧୨ଟାରୁ ଦ୍ବାରଫିଟା ନୀତି କରାଯବି
ରାତି ୧୨ଟାରେ ମହାପ୍ରଭୁ ଶୟନ କରିଥାନ୍ତି
କିନ୍ତୁ ମହାପ୍ରଭୁଙ୍କୁ ଶୋଇବାକୁ ନଦେଇ ଏଭଳି ଅନିଦ୍ରା ରଖି ଭକ୍ତଙ୍କୁ ଦର୍ଶନ କରାଇବା ବ୍ୟବସ୍ଥା ଗ୍ରହଣୀୟ ନୁହେଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/30/puri-2025-12-30-12-57-39.jpg)