Green sticker Photograph: (kanak news)
କନକ ବ୍ୟୁରୋ : ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଘୋଷଣା । ପ୍ରଦୂଷଣ ପ୍ରମାଣପତ୍ର ମିଳିଲେ ତୁରନ୍ତ ଲାଗିବ ଗ୍ରୀନ୍ ଷ୍ଟିକର । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଫାଇନ ଦେବା ପାଇଁ ଟ୍ରାଫିକ ଥାନାରେ ଲୋକଙ୍କ ପ୍ରବଳ ଭିଡ଼ । ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ହଇରାଣ ହେଉଛନ୍ତି । ଯାହାର ଗାଡ଼ିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନକରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ଯେଉଥିପାଇଁ ଏବେ ଫାଇନ ଦେବାକୁ ଟ୍ରାଫିକ ଥାନାରେ ଲୋକଙ୍କ ଲମ୍ୱା ଲାଇନ ଲାଗିଛି ।
ଦିର୍ଘ ଦିନ ଧରି ଲୋକ ଫାଇନ ଟଙ୍କା ଦେଉ ନଥିବା ବେଳେ ଏବେ ପଲ୍ୟୁସନ ସାର୍ଟିଫିକେଟ କରିବା ପାଇଁ ପୂର୍ବ ଫାଇନ କ୍ଲିୟର କରିବାକୁ ଧାଇଁଛନ୍ତି । ନିୟମ ଖିଲାପ କରି, ପୂର୍ବରୁ ଯଦି ଗାଡ଼ିରେ କୌଣସି ଫାଇନ ଥିବ ଓ ତାକୁ ପୈଠ କରାଯାଇ ନଥିବ ତେବେ ପାଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ପଲ୍ୟୁସନ ସାର୍ଟିଫିକେଟ ନଥିଲେ କଟିବ ୧୦ ହାଜର ଟଙ୍କାର ଫାଇନ । ତେଣୁ ୧୦ ହଜାର ଟଙ୍କା ଚାଲାଣ ଭୟରେ ପୂର୍ବ ଫାଇନଗୁଡିକ କ୍ଲିୟର କରି ପଲ୍ୟୁସନ ସାର୍ଟିଫିକେଟ ବାହାର କରୁଛନ୍ତି ଲୋକ ।
ଅଧିକ ପଢ଼ନ୍ତୁ---ଜିରୋନାଇଟ ସେଲିବ୍ରେସନକୁ ନେଇସୁରକ୍ଷା ବ୍ୟବସ୍ଥା କଡାକଡ଼ି, ସୁରକ୍ଷାରେ ୧୫ପ୍ଲାଟୁନ ପୁଲିସ ଫୋର୍ସ
ସେପଟେ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଲୋକଙ୍କୁ ହଇରାଣ କରୁଥିବାରୁ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ବାସ ଭବନ ଘେରାଓ କଲା ନବ ନିର୍ମାଣ ଛାତ୍ର ସଙ୍ଘଠନ । ଜନସାଧାରଣଙ୍କ ଉପରେ ନିୟମ ନାଁରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ । ଏହାକୁ ବନ୍ଦ କରିବା ଦାବି ନେଇ ଘେରାଓ କରିଛି ନବ ନିର୍ମାଣ ଛାତ୍ର ସଙ୍ଘଠନ । ତେବେ ପ୍ରଦୂଷଣ ପାଇଁ ବିଭିନ୍ନ ଶିଳ୍ପ, କନଷ୍ଟ୍ରକସନ ସାଇଟ ଦାୟୀ ଥିବା ବେଳେ ତାଙ୍କ ଠାରୁ ଫାଇନ ଆଦାୟ ନ କରି କେବଳ ଜନସାଧାରଣଙ୍କୁ ଲୁଟୁଥିବା ଅଭିଯୋଗ କରିଛି ସଙ୍ଘଠନ । ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି । ଯଦି ସେମାନଙ୍କ ମନରେ କିଛି ଅଭିଯୋଗ ଅଛି ତେବେ ସେମାନେ ଚାହିଁଲେ ମୋ ସହ ଆଲୋଚନା କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। କାହାକୁ ଅସୁବିଧା ପାଇଁ ନୁହଁ ।
Follow Us