କନକ ବ୍ୟୁରୋ:  ଜାନୁଆରି ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପେଟ୍ରୋଲ ଡିଲର ସଂଘ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିସନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି ।

Advertisment

ଅଧିକ ପଢନ୍ତୁ:  ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ : ଦିଲ୍ଲୀ ପରେ ଓଡ଼ିଶାରେ ନିୟମ ଲାଗୁ

ଏବେ ପିୟୁସି ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ସଚେତନ କରାଯିବ । ଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ନଜର ପକାନ୍ତୁ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଉପରେ । 

 - ଜାନୁଆରୀ ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ
- ପ୍ରଦୂଷଣ ପ୍ରମାଣପତ୍ର କରାଇବା ପାଇଁ ଲୋକଙ୍କୁ ମିଳିବ ସମୟ 
- ପ୍ରଥମ ଥର ପାଇଁ ପିୟୁସିସି ଚାଲାଣ କଟିଲେ, ତାକୁ ଛାଡ଼ କରାଯିବ
- ପେଟ୍ରୋଲ ପମ୍ପ ନିକଟରେ ପିୟୁସି ସାର୍ଟିଫିକେଟ୍ କରିବାକୁ ବ୍ୟବସ୍ଥା ହେବ
- ପେଟ୍ରୋଲ ପମ୍ପରେ ସେଠାକାର କର୍ମଚାରୀମାନେ ଲୋକଙ୍କୁ ସଚେତନ କରିବେ
- ସମସ୍ତଙ୍କ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ଜରୁରୀ ବୋଲି କହିଲେ ପରିବହନ କମିସନର