କନକ ବ୍ୟୁରୋ; ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୁଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି । ଭୁବନେଶ୍ୱରରେ ସୁରକ୍ଷାରେ ନିୟୋଜିତ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ । କେମିତି ଜନସାଧାରଣ ସୁରକ୍ଷିତ ରହି ଜିରୋ ନାଇଟ ସେଲିବ୍ରେସନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ନିର୍ଦେଶାବଳି କମିସନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ।
ଅଧିକ ପଢନ୍ତୁ; ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ ମନା । କଟକଣା ଲଗାଇଲା ଅବକାରୀ ବିଭାଗ ।
ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି, ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ରହିଛି । ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ସେମାନେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଅନ୍ୟପଟେ ନୂଆବର୍ଷ ରାତିରେ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ନଜର ରହିବ କମିସନରେଟ ପୁଲିସ । ସମସ୍ତ ଥାନା ଅଧିକାରୀମାନେ ନିଜି ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/27/suresh-debadatta-singh-2025-12-27-12-00-54.jpg)