କନକ ବ୍ୟୁରୋ : ରାଜା ଚକ୍ରଙ୍କ କେଳେଙ୍କାରୀର ଚାଲିଛି ଚେର ଖୋଜା । କେନ୍ଦୁଝର ଶିଶୁଭବନ ରୋଡ ସ୍ଥିତ ଭଡ଼ାଘରେ ଚଢ଼ାଉ କରିଛି ଇଓଡବ୍ଲୁ ଟିମ୍‌ । ଘର ମାଲିକଙ୍କ ଉପସ୍ଥିତିରେ ତାଲା ଖୋଲି ଚଢ଼ାଉ କରାଯାଉଛି । ୨୦୧୬ରୁ ଏହି ଭଡ଼ା ଘର ହିଁ  ପାଲଟିଥିଲା ଖଣି ବ୍ୟବସାୟର କାର୍ଯ୍ୟାଳୟ । ରାଜା ଇଓଡବ୍ଲୁ ସ୍କାନରରେ ଆସିବା ପରେ ଏହି ଘରେ ତାଲା ପଡ଼ିଥିଲା । ଆଜି ଇଓଡବ୍ଲୁ ଟିମ୍‌ ପହଞ୍ଚି ଘରେ ଛାନଭିନ୍‌ ଆରମ୍ଭ କରିଛି । 

Advertisment

କୁହାଯାଏ,କେନ୍ଦୁଝରର ପ୍ରାୟ ସବୁ ଖଣିରେ ରାଜାଚକ୍ରର ରାଜ ଚାଲେ । ଏବେ  ଇଓଡବ୍ଲୁର ଜେରା ପରେ  ଧିରେ ଧିରେ ରାଜାର ବ୍ୟବସାୟିକ ସାମ୍ରାଜ୍ୟ ଖୋଲୁଛି । 

ରାଜାର ସାମ୍ରାଜ୍ୟ?

-ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ଅନେକ ପ୍ଲାଣ୍ଟ  
-ଏଥିରୁ ରୋଜଗାର ମାସକୁ ଶହେ କୋଟି!
-କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାର ବେଶ୍ ପ୍ରଭାବ
- ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି
-କଳାପଥର ପାହାଡ଼ ଖୋଳି ଟଙ୍କା କମାଉଥିଲେ !

ସ୍ଥିତି ଏମିତି ଥିଲା ଯେ, ଜିଲ୍ଲାର ବଡ଼ ବଡ୍ ପ୍ରଶାସନିକ ଅଧିକାରୀ ରାଜାଚକ୍ରକୁ ଖୋଲାହାତ ଛାଡିଦେଇଥିଲେ । ଦଳର ବଡ ବଡ ନେତା ବି ଜିଲ୍ଲାରେ ଅଲୋଡା ହୋଇପଡ଼ିଥିଲେ ।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ  କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ ଆରମ୍ଭ କରିଛି । ରାଜଚକ୍ରର ଘର ସହ ବିଭିନ୍ନ ସ୍ଥାନରେ ରେଡ ଚାଲିଛି ।