କନକବ୍ୟୁରୋ : ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ  ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଟି ଢେଙ୍କାନାଳର  ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା ।   ଏହି ବସ୍ ରେ ମୋଟ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି  ।   ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ସୂଚନା ମିଳିଛି ।
ମୀର ଅବଦୁଲ ରହିମ୍ (୩୯) ଓ ନୃସିଂହ କାଠୁଆ  (୪୦) ଙ୍କ ଘଟଣାସ୍ଥଳରେ ମୃତ୍ୟୁ 

Advertisment

ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋନ୍ଥା’: ଘର ଉପରେ ଗଛ ପଡ଼ି ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ

ଅଧିକ ପଢନ୍ତୁ....

ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟା ୫ ଟାରେ ସମୟରେ ୦ଡି୦୫ବିଏଲ-୭୧୬୫ ନମ୍ବରର ଡ଼ଲଫିନ ନାମକ ଏକ ବସ୍ ଢେଙ୍କାନାଳଜିଲ୍ଲା ନୃସିଂହପୁରରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।  ରାତି ପାଖାପାଖି ୩ ଟା ସମୟରେ ବସ୍ ଟି ଜାତୀୟ ରାଜପଥରର ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ଯାଉଥିବା ବେଳେ ସେହି ସମୟରେ ରାସ୍ତା ଉପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଏକ କୁଣ୍ଡା ବୋଝେଇ ଟ୍ରକ (ଡବ୍ଲୁବି୩୩ସି-୪୦୮୫)  କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବସ୍ ର ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ (୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବସ୍ ରେ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି । 

ଗଞ୍ଜାମ ମନରୁ ଲିଭିନି ମହାବାତ୍ୟା ବିଭୀଷିକା:୨୬ ବର୍ଷ ତଳର ଦୁଃଖ,ଆଜିଯାଏଁ ଭୁଲିପାରିନି ଗଞ୍ଜାମ

ଅଧିକ ପଢନ୍ତୁ ..... 

ସେହିପରି ଢେଙ୍କାନାଳର ପାରାନା ବେଗମ (୨୫) ଓ ଗୁଲହର ବିବି (୫୨), ସୁରେଶ ପରିଡା (୨୯), ଭଦ୍ରକର ସଞ୍ଜୀବ ସାହୁ (୩୦), ମାନସ ମହାନ୍ତି (୨୫) ଓ କେନ୍ଦ୍ରାପଡ଼ାର ପ୍ରବୀର ବେହେରା (୩୦),  କଣ୍ଡକ୍ଟର ନିମାପଡା ଅଞ୍ଚଳର  ରୁଦ୍ରଜିତ ମହାପାତ୍ର (୩୦) ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ ର କର୍ମଚାରୀମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ  ।  ତେବେ ସେମାନଙ୍କ ମଧ୍ୟରୁ ପାରାନା ବେଗମ ଓ ଗୁଲହର ବିବିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି  ।  ଦୁର୍ଘଟଣାରେ ବସ୍ ର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୃତକ ଓ ଗୁରୁତରମାନେ ବସ୍ ର ସମ୍ମୁଖ ଭାଗରେ ଥିଲେ ବୋଲି କୁହାଯାଇଛି  ।