କନକ ବ୍ୟୁରୋ :ଆନ୍ଧ୍ରପ୍ରଦେଶର ନର୍ସାପୁରମ୍ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋନ୍ଥା’। ଅମ୍ଲାପୁରମ୍ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାତି ସାଢେ ୧୧ଟାରୁ ସାଢେ ୧୨ଟା ଭିତରେ ଳ୍ୟାଣ୍ଡଫଲ୍ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ପ୍ରଥମେ କାକିନାଡ଼ା, ପରେ ଅମ୍ଲାପୁରମ୍ ଶେଷରେ ଅମ୍ଲାପୁରମଠାରୁ ୪୫ କିଲୋମିଟର ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଯିବ ମୋନ୍ଥା ।
ବାତ୍ୟା ମନ୍ଥାର ଆଖି ନାହିଁ, ତଥାପି ସବୁଆଡ଼େ ଘାଣ୍ଟୁଛି
ତେବେ ଏହି ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସୀମା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଛି । ସେହି କୋନାସୀମା ଜିଲ୍ଲାର ଅନ୍ୟ ଏକ ସ୍ଥାନରେ ଜଣେ ନାବାଳକ ଏବଂ ଜଣେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/cyclone-montha-landfall-and-path-2025-10-29-06-25-34.jpg)