କନକବ୍ୟୁରୋ : ଦୁଇ ମାସର ଛକାପଞ୍ଝା , ଆରୋପ ପ୍ରତ୍ୟାରୋପ ସତ୍ବେ ଶାନ୍ତି ଶୃଂଖଳାର ସହ ଶେଷ ହୋଇଛି ନୂଆପଡ଼ା ନିର୍ବାଚନ । ବାଜିମାତ କରିଛି ଶାସକ ଦଳ। ପ୍ରମାଣିତ ହୋଇଛି ମୋହନଙ୍କ ଲୋକପ୍ରିୟତା  ।  ଏବେ ସମସ୍ତଙ୍କ ନଜର ଖାଲି ପଡିଥିବା ପଂଚାୟତ, ପୌର ପାଳିକା ଓ ମୁନସିପାଲିଟି ଉପରେ । 

Advertisment

ଅଧିକ ପଢନ୍ତୁ ... ପୁଅ ନୁହେଁ ଝିଅ ଜନ୍ମ ହେଲା ବୋଲି , ମାଡ଼ ମାରି ଘରୁ ତଡ଼ିଦେଲା ସ୍ବାମୀ

ରାଜ୍ୟର ପ୍ରାୟ ୫୦ଟି ପଂଚାୟତରେ ଜନ ପ୍ରତିନିଧି ପଦବୀ ମାସ ମାସ ଧରି ଫାଙ୍କା ପଡିଛି  ।   ସମ୍ବଲପୁର, ପୁରୀ, ରାଉରକେଲା ରେ ବି ମହାନଗର ନିଗମ ନିର୍ବାଚନ ହୋଇନି । ସ୍ଥାନୀୟ ପ୍ରଶାସନ ହାତରେ ରହିଛି ଏହି ସବୁ ପଂଚାୟତ ଓ ସହରର ଭାଗ୍ୟ  ।  

ଅଧିକ ପଢନ୍ତୁ... ସତର୍କ କଲେ ପାଣିପାଗ ବିଜ୍ଞାନୀ ;  ୧୮ରୁ କମିବ ପୁଣି ୩୦ରୁ ବଢ଼ିବ ଜାଡ଼

କିନ୍ତୁ ସୁରୁଖୁରୁରେ ନୂଆପଡ଼ା ଉପ-ନିର୍ବାଚନ ଶେଷ ହେବା ପରେ, ପଞ୍ଚାୟତ ଉପନିର୍ବାଚନ ଓ ହୋଇନଥିବା ସହରାଞ୍ଚଳରେ ନିର୍ବାଚନ ପାଇଁ ପୁଣି ଉଠିଛି ଦାବି  । 

ଗତ ମେ’ ମାସରେ ପଂଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ୪୩ ସରପଂଚ ଓ ୨୭୨ ୱାର୍ଡମେମ୍ବର ପାଇଁ ଜୁନ ୨୩ ରେ ମତଦାନ ପାଇଁ ଘୋଷଣା କରିଥିଲେ । 

 କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ଭିତରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ ରାଜ୍ୟ ନିର୍ବାଚନ ଆୟୋଗ  ।   ମୌସୁମୀ ଓ ବର୍ଷା ଯୋଗୁଁ ନିର୍ବାଚନକୁ  ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଥିବା ଦର୍ଶାଇଥିଲେ  ।   ଏବେ ପାଗ ବଦଳିଥିବାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପରବର୍ତ୍ତି ପଦକ୍ଷେପ ଉପରେ ସମସ୍ତଙ୍କ ନଜର  । 

୨୦୧୩ରେ ସମ୍ବଲପୁର ମହାନଗର ନିଗମ ହେବା ପରଠାରୁ ନିର୍ବାଚନ ହୋଇନି ।  ସଂରକ୍ଷଣକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିବାରୁ ପ୍ରାୟ ୧୦ ବର୍ଷ ହେଲା ହୋଇପାରିନଥିଲା ନିର୍ବାଚନ ।   କିନ୍ତୁ ଗତ ସେପ୍ଟେମ୍ବର ମାସରେ ନିର୍ବାଚନ ପାଇଁ ସବୁଜ ସଂକେତ ଦେଇଥିଲେ ହାଇକୋର୍ଟ । ଏପଟେ ପୁରୀକୁ ମହାନଗର ନିଗମ ଘୋଷଣା କରାଯାଇଥିଲେ ବି ନିର୍ବାଚନ ନେଇ କୌଣସି ସଂକେତ ମିଳିନି। ଇସ୍ପାତ ସହର ରାଉରକେଲାର ମଧ୍ୟ ସମାନ ଅବସ୍ଥା ।