କନକ ବ୍ୟୁରୋ: ଯୁଗ ବଦଳିଛି ହେଲେ ବଦଳିନି ମାନସିକତା । ପୁଅ ଜନ୍ମ ହେଲାନି ବୋଲି ୫ଟି ଝିଅ ସହ ସ୍ତ୍ରୀକୁ ଘରୁ ତଡ଼ିଦେଇଲା ଅବିବେକୀ ସ୍ବାମୀ । ଏମିତିକି ମାଡ଼ ମାରିବାକୁ ପଛାଇଲାନି ସମ୍ବେଦନହୀନ ସ୍ବାମୀ । ଏଭଳି ଏକ ଘଟଣା ସାରାରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଛି । ଯେଉଁ ହାତ ଧରି ବାପ ଘରୁ ଆସିଥିଲା ସେ, ଯିଏ ସାତ ଜନମ ପାଇଁ ସବୁ ପରିସ୍ଥିତିରେ ସାଥ୍ ଦେବ ବୋଲି କଥା ଦେଇଥିଲା, ସେ ସ୍ବାମୀ ସଇତାନ ସାଜିଲା । ୫ଟି ଝିଅ ଜନ୍ମ ହେଲା ପରେ ବି ପୁଅଟିଏ ଜନ୍ମ ହେଲାନି ବୋଲି ସ୍ତ୍ରୀକୁ ଧକ୍କା ମାରି ଘରୁ ବିଦା କରିଦେଇଛି ଇହ କାଳର ଦେବତା ବୋଲାଉଥିବା ଦାନବ । ଢେଙ୍କାନାଳ ଭୁବନର ଏଭଳି ଘଟଣା ପୁରା ଶିକ୍ଷିତ ସମାଜ ପ୍ରତି ପ୍ରଶ୍ନର ପାହାଡ଼ ଛିଡ଼ା କରିଛି ।
ଅଧିକ ପଢନ୍ତୁ .. ଉପାନ୍ତ ଅଞ୍ଚଳରେ ମାଆଙ୍କୁ ସମ୍ମାନ ଦେବାକୁ ନିଆରା ପ୍ରୟାସ
ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହୋଇଛି ଏହି ମା’ ଜଣକ । ମାତ୍ର ୧୫ ଦିନର ଶିଶୁ କନ୍ୟା ଏବଂ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଶ୍ରୟ ନେଇଥିଲେ । ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ଆଉ ପୂରା ଘଟଣା ଶୁଣିବା ପରେ ଢେଙ୍କାନାଳ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ଛୁଆଙ୍କୁ ନେଇ ଥଇଥାନ କରିଛନ୍ତି । ବଡ଼କଥା ହେଉଛି ଏବେ ଝିଅମାନେ କେବଳ ବାପା-ମାଆଙ୍କ ନାଁ ନୁହେଁ ଦେଶ ଓ ରାଜ୍ୟର ଗୌରବ ବଢ଼ାଉଛନ୍ତି । ସୁନା ଝିଅ ମାନେ ଇତିହାସ ରଚୁଥିବାବେଳେ ଏବେ ଜଣେ ବାପ ପାଇଁ ଅଲୋଡ଼ା ହୋଇଯାଇଛନ୍ତି, ପୁଅ ଜନ୍ମ ହେଲାନି ବୋଲି ପର କରିଦେଇଛି ସ୍ବାମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/16/dhenkanal-2025-11-16-18-26-22.jpg)