କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ଖୋଲିଗଲାଣି ହୁକ୍କା ବାର୍ । ଟି-ଷ୍ଟଲ୍ ଏବଂ କାଫେ ନାଁରେ ବେଧଡ଼କ ଭାବେ ଚାଲିଛି ବାର୍। ଅନେକ ସମୟରେ ଅବକାରୀ ବିଭାଗ ଚଢ଼ଉ ତ କରୁଛି, ମାତ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସ୍ଥିତି ପୁଣି ପୂର୍ବାବସ୍ଥାକୁ ଫେରି ଆସୁଛି।
- ନିଶାରେ ମତୁଆଲା ଯୁବପିଢ଼ି
- ରାଜଧାନୀରେ ବେଧଡ଼କ ଚାଲିଛି ହୁକ୍କା ବାର୍
କାଫେ ଏବଂ ଟି ଷ୍ଟଲ ନାଁରେ ଯୁବପିଢ଼ିଙ୍କୁ ପରସା ଯାଉଛି ନିକୋଟିନ୍ ଯୁକ୍ତ ହୁକା । ହାଲକା ନିଶାରେ ଝୁମୁଛନ୍ତି ଲୋକ। ଲାଇଫ୍ ଷ୍ଟାଇଲ୍ ସୋ-ଅପ୍ ଭାବନାରେ ଜୀବନ ନଷ୍ଟ କରିବାକୁ ବି ପଛାଉନାହାନ୍ତି ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ରାଜଧାନୀ ଛାତି ଉପରେ ଛତୁ ଫୁଟିବା ଭଳି ଗଢ଼ିଉଠିଛି ହୁକା ବାର୍ । ନା ଅଛି ବିଧିବଦ୍ଧ ଲାଇସେନ୍ସ ନା ପୁଲିସ ଓ ଅବକାରୀ ବିଭାଗର ଭୟ । ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ଅସାଧୁ ବ୍ୟବସାୟୀମାନେ ଖୁଲମଖୁଲା ଚଳାଇଛନ୍ତି ଏମିତି ବେଆଇନ କାରବାର।
ଆହୁରି ପଢ଼ନ୍ତୁ : କୁନି ବୟସରେ ରୋଗର ଯନ୍ତ୍ରଣା ; ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା
କିଛିଦିନ ହେବ ଅବକାରୀ ବିଭାଗ ଏବଂ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଧରପଗଡ଼। ଗତକାଲି ଚଢ଼ାଉ ବେଳେ ସହିଦନଗର ଭବାନୀ ମଲରେ ଥିବା ଚାଏ କାଫେକୁ ସିଲ୍ କରିଛି ସହିଦନଗର ପୁଲିସ । ସେହିଭଳି ଦୁଇ ଦିନ ତଳେ ମଧ୍ୟ ରାଜଧାନୀର ବିଭିନ୍ନ ବାରରେ ରେଡ୍ କରିଥିଲା ଅବକାରୀ ବିଭାଗ। ତେବେ ପଟିଆ ଅଞ୍ଚଳରେ କିଛି ବାର୍ ଉପରେ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ତେଣୁ ଏଠି ପ୍ରଶ୍ନ ଉଠୁଛି ବିନା ଲାଇସେନ୍ସରେ ବାର୍ ଚଲାଉଥିବା ଏହି ବେପାରୀଙ୍କର ସାହସ ଆସୁଛି କେଉଁଠୁ? କେବେ ଅସାଧୁ ବ୍ୟବସାୟୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/16/hookah-bar-2025-12-16-18-43-56.jpg)