କନକ ବ୍ୟୁରୋ :କୁନି ଝିଅଟେ... ଏ ଦୁନିଆ ବିଷୟରେ କଣ ବା ଜାଣିଛି ସେ । ପାଠ ପଢ଼ା ଖେଳକୁଦ ବୟସରେ ସେ ଶଯ୍ୟାଶାୟୀ । ମାରାତ୍ମକ କ୍ୟାନସର ରୋଗରେ ପଡ଼ି ଜାବନ ମୃତ୍ୟୁ ସହ ସେ ସଂଗ୍ରାମ କରୁଛି । ଆଉ ଏକମାତ୍ର ଝିଅକୁ ବଞ୍ଚାଇବା ପାଇଁ ଜେଜେ ମା’, ବାପା, ମା’ ଆକୁଳ ନିବେଦନ କରୁଛନ୍ତି । ବାଲେଶ୍ୱର ବସ୍ତା ବ୍ଲକ ଇଡଦା ପଞ୍ଚାୟତ ମଛଦା ଗାଁର ରଞ୍ଜନ ପ୍ରଧାନଙ୍କ ଏକମାତ୍ର ଝିଅ ଜୟଶ୍ରୀ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଜୟଶ୍ରୀ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ଦିନେ ତାକୁ ଜ୍ୱର ହୋଇଥିଲା । ସାମାନ୍ୟ ଜ୍ୱର ଭାବି ବାପା ରଞ୍ଜନ ତାକୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇଥିଲେ । ମାତ୍ର ଜ୍ୱର ଭଲ ହେଉ ନଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ରୋଗର ଗୁରୁତ୍ୱକୁ ବୁଝିପାରି କଟକ ଏସସିବି ମେଡିକାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଯାହା କହିଲେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା । ଜୟଶ୍ରୀ ମାରାତ୍ମକ ରକ୍ତ କର୍କଟ ରୋଗରେ ପୀଡିତ ହୋଇଛନ୍ତି ।
ରଞ୍ଜନ ଜଣେ ଗରିବ ପରିବାରର , ଜମିବାଡି ସେମିତି କିଛି ନାହିଁ । ରାଜମିସ୍ତ୍ରୀ କାର୍ଯ୍ୟ କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ଜୟଶ୍ରୀ ରୋଗରେ ପଡିବା ପରେ ଚିକିତ୍ସାରେ ଯାହା କିଛି ସମ୍ବଳ ଥିଲା ସବୁ ସରିଥିବା ବେଳେ ଡାକ୍ତରଙ୍କ କହିବା ଅନୁସାରେ ୨୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ । ଯାହା ତାଙ୍କ ପକ୍ଷେ ଅସମର୍ଥ । ତେଣୁ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ--ଚିନ୍ତାର ବିଷୟ ; ମହାମାରୀ ପାଲଟୁଛି ଫୁସଫୁସ୍ କ୍ୟାନସର୍
ଝିଅକୁ ବଞ୍ଚାଇବା ପାଇଁ ଏବେ ଏ ପରିବାର ପାଖରେ କିଛି ନାହିଁ । ତେଣୁ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତି ତାହାହେଲେ ଜୟଶ୍ରୀଙ୍କ ଅସ୍ତ୍ରପଚାର ହୋଇ ପାରନ୍ତା ।ଯଦି କେହି କୁନି ଝିଅଟିକୁ ସହାୟତା କରିବାକୁ ଚାହୁଛ ତେବେ ଲେଖି ରଖନ୍ତୁ ଜୟଶ୍ରୀ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ।
ନାମ- ରଞ୍ଜନ କୁମାର ପ୍ରଧାନ
ବ୍ୟାଙ୍କ - ଇଣ୍ଡିଆନ୍ ବ୍ୟାଙ୍କ (ବ୍ରାଞ୍ଚ- ଇର୍ଦା ବସ୍ତା)
ଆକାଉଣ୍ଟ ନମ୍ୱର – 50320503780
ଆଇଏଫଏସଶି ନମ୍ୱର - IDIB000I535
ଫୋନ ପେ’ ନମ୍ୱର - 9777350232
ଆସନ୍ତୁ ଏକାଠି ହେବା କୁନି ଝିଅ ଜୟଶ୍ରୀର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା । ଆଉ ତାକୁ ନୂଆ ଜୀବନ ଦେବା, ତାଙ୍କ ପରିବାରକୁ ତାଙ୍କ ଝିଅର ଜୀବନ ଫେରାଇଦେବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/cancer-2025-12-16-18-27-48.jpg)