ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ,  ହଂକଂର ତାଇପୋ ଅଞ୍ଚଳର ସରକାରୀ କମ୍ପ୍ଲେକ୍ସ୍‌ରେ ନିଆଁ ଲାଗି ୪୪ ମୃତ

ବିଲ୍ଡିଂର ୮ଟି ବ୍ଲକ୍‌ରୁ ୭ଟିରେ ନିଆଁ ଲାଗିଥିବା ସୂଚୁନା । ୩୦୦ରୁ ଅଧିକ ନିଖୋଜ

Hong Kong fire

Hong Kong fire Photograph: (KanakNews)

କନକ ବ୍ୟୁରୋ: ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ । ହଂକଂର ତାଇପୋ ଅଞ୍ଚଳରେ ଥିବା ଏକ ସରକାରୀ କମ୍ପ୍ଲେକ୍ସ୍‌ରେ ଭୟଙ୍କର ନିଆଁ ଲାଗିଛି ।  ୮ଟି ବ୍ଲକ୍‌ରୁ ୭ଟିରେ ନିଆଁ ବ୍ୟାପି ଯିବାରୁ ଅତି କମ୍‌ରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ବେଳେ ୩୦୦ ଜଣ ନିଖୋଜ  ଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ଅଛନ୍ତି ।

ଅଧିକ ପଢନ୍ତୁ ; ମଝି ରାସ୍ତାରେ ଜଗିଥିଲା ଯମ : ମଦିନା ପହଞ୍ଚିବା ପୂର୍ବରୁ ମାରିଦେଲା ନିଆଁ

ପ୍ରାୟ ୭୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।  ନିଆଁ ଲିଭାଇବା ଲାଗି ୧୨୮ଟି ଫାୟାର ଇଞ୍ଜିନ ଓ ୫୭ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି । ଏହା ହଂକଂର ଅନ୍ୟତମ ବଡ଼ ଅଗ୍ନିଶମ ଅଭିଯାନ ବୋଲି କୁହାଯାଉଛି । ବୁଧବାର ଅପରାହ୍ନରୁ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ଆସିନାହିଁ । ଅଟ୍ଟାଳିକାଗୁଡ଼ିକର ବାହାରେ ବ୍ୟାପକ ବାଉଁଶ ଓ ପ୍ଲାଷ୍ଟିକ୍ ଜାଲ ଲଗାଯାଇଥିଲା । ଯାହା ନିଆଁକୁ ଅଧିକ ବ୍ୟାପିବାରେ ସହାୟକ ହୋଇଥିଲା । କୋଠାଗୁଡ଼ିକ ଅତି ପାଖାପାଖି ଥିବାରୁ ନିଆଁ ସହଜରେ ଗୋଟିଏ ବ୍ଳକରୁ ଅନ୍ୟ ବ୍ଳକକୁ ବ୍ୟାପିଥିଲା । ଦଶନ୍ଧି ପରେ ହଂକଂର ସବୁଠୁ ଭୟଙ୍କର ନିଆଁ  ଲାଗିଥିବା କୁହାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଷ୍ଟୋରୀ ଅପଡେଟ୍‌ ହେଉଛି…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe