କନକ ବ୍ୟୁରୋ: ବାଂଲାଦେଶର ରାଜଧାନୀ ଢାକାରେ ଥିବା ବିମାନ ବନ୍ଦରରେ ନିଆଁ । ହଜରତ ଶାହାଜଲାଲ ବିମାନ ବନ୍ଦରରେ ଶନିବାର ନିଆଁ ଲାଗିଥିଲା । ଏଥିପାଇଁ ପ୍ରାୟ ୬ ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିଥିଲା । ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଥିବା ବାଂଲାଦେଶ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିମାନବନ୍ଦରର କାର୍ଗୋ ସେକସନରେ ଏହି ନିଆଁ ଲାଗିଥିଲା । ଫଳରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗିଶମ ବିଭାଗର ପ୍ରାୟ ୩୭ଟି ଟିମ୍ ଲାଗିପଡ଼ିଥିଲେ ।
ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନ୍ରେ ଲାଗିଲା ନିଆଁ
ଏପରିକି ବାଂଲାଦେଶ ବାୟୁସେନା, ନୌସେନା ଓ ସ୍ଥଳସେନାର କର୍ମଚାରୀ ଓ ଅଧିକାରୀମାନେ ଏଥିରେ ସହାୟତା କରିଥିଲେ । ତେବେ ବିମାନବନ୍ଦରରେ ଥିବା କୌଣସି ବିମାନକୁ କିଛି ହେଲେ କ୍ଷତି ପହଞ୍ଚି ନାହିଁ। ତେବେ ବହୁ ବିମାନ ଚଳଚଳ ବାଧାପ୍ରାପ୍ତ ହୋଇଥିଲା । ବହୁ ବିମାନର ଗତିପଥ ବଦଳାଯାଇଥିଲା । କିଛି ବିମାନକୁ କୋଲାକାତା ବିମାନ ବନ୍ଦରକୁ ଦିଗ ପରିବର୍ତ୍ତନ କରି ଅଣାଯାଇଥିଲା। ଅନ୍ୟ କିଛି ବିମାନକୁ ଚିଟଗଙ୍ଗକୁ ପଠାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/19/fire-breaks-2025-10-19-07-41-26.jpg)