କନକ ବ୍ୟୁରୋ: ଆସନ୍ତା ସିଜିନରୁ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)କୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ । ଦଳର ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ ବୋଲି କହିଛନ୍ତି ଏଚଆଇଏଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ।
ଗଣମାଧ୍ୟମକୁ ସେ କହିଛନ୍ତି ଯେ ୨୦୨୫-୨୬ ଏଚଆଇଏଲ ସିଜିନ ଆରମ୍ଭ ହେବା ପୂର୍ବରୁ ଦୁଇଟି ଦଳ ଓହରିଯାଇଥିଲେ । ଏଣୁ ଏହି ଲିଗକୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ । ଏଥିପାଇଁ ଆସନ୍ତା ସିଜିନରୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ। କିନ୍ତୁ ଏହାକୁ ସଂପୂର୍ଣ୍ଣ ଛାଡ଼ କରାଯିବ ନାହିଁ, କେବଳ ଏହାରେ ପରିବର୍ତ୍ତନ ଅଣାଯିବ। ଏହାଛଡ଼ା କେନ୍ଦ୍ରୀୟ ପ୍ରାୟୋଜକ ଯୋଗାଡ଼ ଉପରେ ଗୁରୁତ୍ବ ଦିଆଯି ବ। ଏଥିପାଇଁ ସରକାର ଓ କର୍ପୋରେଟ୍ ସଂସ୍ଥାମାନଙ୍କ ସହ ଆଲୋଚନା କରାଯିବ । ସରକାରଙ୍କ ସହାୟତା ବିନା କୌଣସି ପ୍ରତିଯୋଗିତା ସଫଳ ହେବ ନାହିଁ। ଏହାଛଡ଼ା ଏହି ପ୍ରତିଯୋଗିତାକୁ ଆହୁରି ପ୍ରେତ୍ସାହନ ଦିଆଯିବା ଆବଶ୍ୟକ।
ଆହୁରି ପଢ଼ନ୍ତୁ... ଅକ୍ଷୟ କୁମାର କହିଲେ, ପ୍ରତିଟି ବିଲ୍ଡିଂରେ କରିସ୍ମାଙ୍କ ଫ୍ଲାଟ୍ ! ଭଡାରୁ ଆସୁଛି ଲକ୍ଷାଧିକ ଟଙ୍କା !
ଏଥର ଚେନ୍ନାଇ ଓ ରାଞ୍ଚିରେ ଏସଆଇଏଲକୁ ଭଲ ସମର୍ଥନ ମିଳିନଥିଲା ବୋଲି ସେ ସ୍ବୀକାର କରିବା ସହ କହିଛନ୍ତି ଯେ ଆଗାମୀ ସିଜିନରୁ ଏହି ଲିଗର କେତେକ ମ୍ୟାଚ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଖେଳାଯିବ। କୁହୁଡ଼ି ଓ ଫ୍ଲାଇଟ୍ ବିଳମ୍ବ ସମସ୍ୟା ପାଇଁ ପୂର୍ବରୁ ଉତ୍ତରଭାରତରେ ଲିଗ୍ ଆୟୋଜନ କରାଯାଉନଥିଲା। କିନ୍ତୁ ପରବର୍ତ୍ତି ସିଜିନରୁ ଉତ୍ତରଭାରତରେ ବି ମ୍ୟାଚ ଆୟୋଜନ ହୋଇପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/dillip-2026-01-27-17-32-28.jpg)