ଓଡ଼ିଶା ବିଧାନସଭାରେ ଐତିହାସିିକ ମୂହୁର୍ତ୍ତ, ଗୃହକୁ ସମ୍ବୋଧନ କଲେ ମହାମହିମ, ବିଧାୟକଙ୍କୁ ଦେଲେ ଗୁରୁମନ୍ତ୍ର

ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଛନ୍ତି,  ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ  ବୋଲି ପରାମର୍ଶ ଦେଇଛନ୍ତି ।  

president

କନକ ବ୍ୟୁରୋ : ବିଧାନସଭା ପାଇଁ  ଆଜି ଥିଲା ଐତିହାସିକ ଦିନ ।  ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଘରବାହୁଡା ଭଳି ଲାଗୁଛି ।  ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି  ।   ଓଡିଶା କିନ୍ତୁ ଅନନ୍ୟ। ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ ।  ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।  ଏ ଗୃହକୁ କୋଟି କୋଟି ପ୍ରଣାମ।  ଓ ବିଧାୟକ ଭାବେ ପ୍ରଶ୍ନ ପଚାରିଛି,  ମନ୍ତ୍ରୀ ଭାବେ ଉତ୍ତର ଦେଇଛି ।   ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ  ନେଇଛନ୍ତି।  ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି ।  ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ ।

ଅଧିକ ପଢ଼ନ୍ତୁ-'ମୋତେ ନିଅଁ ଦେଇଛି ବିଧାନସଭା; ଘରକୁ ଫେରିଲା ଭଳି ଲାଗୁଛି'

ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଛନ୍ତି,  ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ  ବୋଲି ପରାମର୍ଶ ଦେଇଛନ୍ତି ।   ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ ।  ମନ୍ତ୍ରୀ ଥିବା ସମୟରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ ବସୁଥିଲେ । କିଛି ସମୟ ବସି ଏହି ପ୍ରକୋଷ୍ଠାରେ ସେ ନିଜର ପୁରୁଣା କଥାକୁ ତାଜା କରିଥିଲେ ।

ଅଧିକ ପଢ଼ନ୍ତୁ-ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ , ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି

ଅପରାହ୍ନରେ ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ସବୁ ବିଧାୟକଙ୍କ ସହ ରାଷ୍ଟ୍ରପତି ଫଟୋ ଉଠାଇଥିଲେ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe