କନକ ବ୍ୟୁରୋ : ବିଧାନସଭା ପାଇଁ ଆଜି ଥିଲା ଐତିହାସିକ ଦିନ । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଘରବାହୁଡା ଭଳି ଲାଗୁଛି । ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି । ଓଡିଶା କିନ୍ତୁ ଅନନ୍ୟ। ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ । ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ, କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ । ଏ ଗୃହକୁ କୋଟି କୋଟି ପ୍ରଣାମ। ଓ ବିଧାୟକ ଭାବେ ପ୍ରଶ୍ନ ପଚାରିଛି, ମନ୍ତ୍ରୀ ଭାବେ ଉତ୍ତର ଦେଇଛି । ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି । ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ ।
ଅଧିକ ପଢ଼ନ୍ତୁ-'ମୋତେ ନିଅଁ ଦେଇଛି ବିଧାନସଭା; ଘରକୁ ଫେରିଲା ଭଳି ଲାଗୁଛି'
ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ । ମନ୍ତ୍ରୀ ଥିବା ସମୟରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ ବସୁଥିଲେ । କିଛି ସମୟ ବସି ଏହି ପ୍ରକୋଷ୍ଠାରେ ସେ ନିଜର ପୁରୁଣା କଥାକୁ ତାଜା କରିଥିଲେ ।
ଅଧିକ ପଢ଼ନ୍ତୁ-ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ , ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି
ଅପରାହ୍ନରେ ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ସବୁ ବିଧାୟକଙ୍କ ସହ ରାଷ୍ଟ୍ରପତି ଫଟୋ ଉଠାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/27/president-2025-11-27-19-47-45.jpg)