ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଅତିଥି ଭାବେ ଯୋଗ ଦେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ୧୨ ତାରିଖ ଯାଏଁ ଉଠିବ ପଡ଼ିବ ବାଲିଯାତ୍ରା ପଡ଼ିଆ

Cuttack Baliyatra 2025

Cuttack Baliyatra 2025 Photograph: (KanakNews)

କନକ ବ୍ୟୁରୋ: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲିଯାତ୍ରାର ଉଦ୍‌ଘାଟନ କରିଛନ୍ତି । ଅତିଥି ଭାବେ ସାମିଲ ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି । ବାଲିଯାତ୍ରା ଅୟୋଜନ ପାଇଁ ସରକାରୀ ଅନୁଦାନକୁ ୨ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : ବଦଳିଗଲା ବାଲିଯାତ୍ରାର ନାଁ, ଏଥର ଐତିହାସିକ କଟକ ବାଲିଯାତ୍ରା ଭାବେ ହେବ ନାମିତ, ଉପର ନୁହେଁ, କେବଳ ତଳ ପଡ଼ିଆରେ ଲାଗିବ ଷ୍ଟଲ

କଟକ ସହରକୁ ତାରକସି ହବରେ ପରିଣତ କରାଯିବ, ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସଭା ପରେ ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି ।  

ଅଧିକ ପଢନ୍ତୁ : ଅଧଘଣ୍ଟା ବଢିଲା କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ : ସୂଚନା ଦେଲେ ଜିଲ୍ଲାପାଳ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହାନଦୀ ପଠାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ। କିଣା ବିକା ସହ ଖାଇବା ପିଇବାର ପସରା ମେଲିଛି ନଦୀ ପଠାରେ। ପ୍ରତିଦିନ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ବାଲିଯାତ୍ରାରେ ଭିଡ ପରିଲକ୍ଷିତ ହୋଇଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe