କନକ ବ୍ୟୁରୋ : ଚଳିତ ଥର ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । କେବଳ ତଳ ପଡ଼ିଆରେ ଲାଗିବ ମେଳା । ନଭେମ୍ବର ୫ ରୁ ୧୨ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯିବ ।

Advertisment

ଚଳିତ ଥର ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଟ୍ରାଫିକ ସମସ୍ୟା ଏବଂ ଭିଡ଼ ନିୟନ୍ତ୍ରଣ ଲାଗି ନିଆଯିବ ବିଶେଷ ପଦକ୍ଷେପ । ବେଆଇନ ପାର୍କିଂ କଲେ ହେବ ଆକ୍ସନ । ସୁରକ୍ଷା ପ୍ରମାଣପତ୍ର ନଥିଲେ ବଡ଼ ଦୋଳିକୁ ଦିଆଯିବନି ଅନୁମତି ।