କନକବ୍ୟୁରୋ : ଅଧଘଣ୍ଟା ବଢିବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅବଧି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ଶନିବାର ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା ପୋଲିସ । ମଞ୍ଚରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗୀତ ବୋଲୁଥିବା ବେଳେ ନିୟମ ଅନୁଯାୟୀ ପୋଲିସ କାର୍ଯ୍ୟକ୍ରମ ବନ୍ଦ କରିଥିଲା
ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାଲିଯାତ୍ରା ଆୟୋଜକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ଦର୍ଶକ । ଏ ଖବର ଜାଣିବା ପରେ ବିଦେଶରୁ ଥାଇ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ଅଧଘଣ୍ଟା ବଢିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/18/4Swk228kLeYbWPyqM6e7.jpg)