ଅସଦାଚରଣ ଅଭିଯୋଗରେ ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ, ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଶିକ୍ଷକ

Advertisment

ଭଦ୍ରକ ବାସୁଦେବପୁର ବ୍ଲକ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କ ନାଁରେ ଅସଦାଚରଣ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ । ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ।

Teacher Arrest

Teacher Arrest Photograph: (KanakNews)

କନକ ବ୍ୟୁରୋ: ଅସଦାଚରଣ ଅଭିଯୋଗରେ ହିନ୍ଦୀ ଶିକ୍ଷକଙ୍କୁ ଉଠାଇ ନେଲା ପୁଲିସ । ଭଦ୍ରକ ବାସୁଦେବପୁର ବ୍ଲକ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କ ନାଁରେ ଅସଦାଚରଣ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ । ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି । 

ଅଧିକ ପଢନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଟରେ ମାରଣାସ୍ତ୍ର ଆକ୍ରମଣ , ପେଟରେ ଗଭୀର ଆଘାତ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଗତକାଲି ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ହଷ୍ଟେଲରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁଲୋକଙ୍କୁ ଜଣାଇବା ପରେ ନିକଟସ୍ଥ ପୁଲିସକୁ ଖବର ଦେଇଥିଲେ । ପୁଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହା ସହ ବିଦ୍ୟାଳୟରୁ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଛି ପୁଲିସ । ପୁଲିସର ତଦନ୍ତ ଜାରି ରହିଛି । ଛାତ୍ରୀଙ୍କ ପରିବାରର ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe