କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଟ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ । ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଳମୁକୁଳି ହାଟରେ ଅକ୍ଷୟ ଦାସ ନାମକ ବ୍ୟକ୍ତି ନିଜ ହୋଟେଲ ପାଇଁ ପରିବା କିଣୁଥିଲେ । ଏହି ସମୟରେ ସତ୍ୟଜିତ ସାହୁ ଏବଂ ଟିକିନି ସାହୁ ତାଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ଫଳରେ ଅକ୍ଷୟଙ୍କ ପେଟରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ସ୍ଥାନୀୟ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

Advertisment

ଅଧିକ ପଢନ୍ତୁ : ସୁନ୍ଦରଗଡ଼ରେ ଲଜ୍ଜା : ୫ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଏନେଇ ବିଞ୍ଝାରପୁର ଥାନାରେ ଅକ୍ଷୟଙ୍କ ପୁଅ ଅମିୟ ଦାସ ଲିଖିତ ଅଭିଯୋଗ କରିଛନ୍ତି । ୧୨୫/୨୬ରେ ଏକ ମାମଲା ରୁଜୁ କରି ବିଞ୍ଝାରପୁର ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ ସତ୍ୟଜିତ ସାହୁଙ୍କୁ ଉଠାଇ ଆଣିବା ସହ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତା କାରଣରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି ।