କନକ ବ୍ୟୁରୋ : ଦିନକ ପରେ ଅନ୍ତଜାର୍ତୀୟ ମହିଳା ଦିବସ ପାଳିବ ସାରାବିଶ୍ବ। ମହିଳା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ଏବେଠୁ ପ୍ରସ୍ତୁତିରେ ଲାଗିପଡିଲେଣି ସମସ୍ତେ। କିନ୍ତୁ ବିଡମ୍ବନାର ବିଷୟ ପ୍ରତିଦିନ ମହିଳାଙ୍କୁ ନେଇ ଯେଉଁ ଖବର ଆସୁଛି ତାହା ଚିନ୍ତାଜନକ। କେଉଁଠି ନିଷ୍ପାପ କୁନି ଝିଅ ଦୁଷ୍କର୍ମର ଶିକାର ହେଉଛି ତ ଆଉ କେଉଁଠି ଆକ୍ରମଣର। ଝିଅ ନିଖୋଜ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି।
ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚିନ୍ତାଜନକ ଖବର। ସରକାର ବଦଳିଲା ହେଲେ ମହିଳାଙ୍କ ଭାଗ୍ୟ ବଦଳିଲାନି। ପୂର୍ବ ସରକାର ସମୟରେ ଯେମିତି ନିଇତି ନାରୀଟିଏ ନ୍ୟାୟ ମାଗୁଥିଲା, ସୁରକ୍ଷା ଲୋଡୁଥିଲା ଏବେ ବି ସେମିତି।
ସୁନ୍ଦରଗଡ଼ରେ ୫ବର୍ଷିୟ ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଛି । ଜଣେ ଯୁବକ ଶିଶୁ କନ୍ୟାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର । କୁନି ଝିଅଟିର ଚିକିତ୍ସା ଚାଲିଛି। ଦୁଷ୍କର୍ମକାରୀ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍।
ଗୋପରେ କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ। ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡ୍ରେ ଆକ୍ରମଣ କରିଛି ଦୁବୃର୍ତ୍ତ। ପୁରୀ ଜିଲ୍ଲା ଗୋପ ଥାନା ନାଗପୁରରେ ଘଟିଛି ଏହି ଅଭାବନୀୟ ଘଟଣା। ଛାତ୍ରୀ ଜଣକ ଗୋପ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିଲେ। ଘର ଠାରୁ ଦୁଇ ଶହ ମିଟର ଦୂରରେ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ଛାତ୍ରୀଙ୍କ ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଛାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ନେଇଥିଲେ। ଛାତ୍ରୀଙ୍କ ବେକରେ ଲାଗିଛି ଗଭୀର ଆଘାତ ।
ଅଧିକ ପଢ଼ନ୍ତୁ :ଦିନିକିଆ ଓଡ଼ିଶା ଗସ୍ତରେ ଆସି ସ୍ୱପ୍ନ ଦେଖାଇଲେ ଗୃହମନ୍ତ୍ରୀ ଅମିତ୍ ଶାହ,କହିଲେ ଗୁଜରାଟ ଭଳି ହେବ ଓଡ଼ିଶାର ବିକାଶ
ଇସ୍ପାତ ସହର ରାଉରକେଲାରେ ଆସିଛି ଡରାଇ ଦେବା ଭଳି ଖବର। ବେଦବ୍ୟାସ ନିକଟ ସ-ମିଲ୍ ଛକ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ଯୁବତୀଙ୍କୁ କେହି ତଣ୍ଟିଚିପି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଆରମ୍ଭ କରିଛି ତନାଘନା।
କଟକ ନିଆଳିରେ ନିଖୋଜ ଦିବ୍ୟାଙ୍ଗ୍ ଝିଅକୁ ଖୋଜୁଛନ୍ତି ମା-ବାପା। ୨୦ ଦିନ ହେବ ଥାନାରେ ଝିଅ ନିଖୋଜ ଅଭିଯୋଗ କରିବା ପରେ ବି ପତ୍ତା ମିଳୁନଥିବାରୁ ବାପା-ମାଙ୍କ ନିଦ ହଜିଯାଇଛି। ଗାଁ ଗାଁ ବୁଲି ଫଟୋ ଦେଖାଇ ଝିଅକୁ ଫେରାଇ ଆଣିବା ପାଇଁ ନେହୁରା ହେଉଛନ୍ତି।
ଭଦ୍ରକରେ ଝିଅକୁ ନ୍ୟାୟ ଦେବାକୁ ଏସପି ଅଫିସ ଆଗରେ ଧାରଣା ଦେଇଥିଲେ ଏକ ପରିବାର। ଏପଟେ ରାଜଧାନୀ ଭୁବନେଶ୍ବରରୁ ଆସିଛି ଦୁଇ ନାବାଳିକା ନିଖୋଜ ହେବାର ଖବର। ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ। ସୂଚନା ଦେଲେ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର । ଏବେ ପ୍ରଶ୍ନ ଉଠୁଛି, କେବେ ସୁନିଶ୍ଚିତ ହେବ ମହିଳା ସୁରକ୍ଷା?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/19a-2026-03-06-20-42-05.jpg)